Latest Odisha News

BREAKING NEWS

ଯାଜପୁରରେ ଆମ୍ବୁଲାନ୍ସ ବାଇକ ମୁହାଁମୁହିଁ ଧକ୍କା, ୩ ମୃତ

ଯାଜପୁର: ୧୬ ନମ୍ବର ଜାତୀୟ ରାଜପଥର ଧର୍ମଶଳା ଥାନା ନେଉଳପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସ୍ୱାମୀ ସ୍ତ୍ରୀଙ୍କ ସମେତ ଜଣେ ପାଞ୍ଚ ବର୍ଷର ଶିଶୁର ମୃତ୍ୟୁ ହୋଇଛି ।

ସୂଚନା ଯୋଗ୍ୟ ଯେ, କଟକ ବିଡାନାଶୀର ଶଙ୍କର ସାହୁ, ତାଙ୍କ ସ୍ତ୍ରୀ ଓ ଝିଅକୁ ନେଇ ପାଣିକୋଇଲ ଆଡକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଆମ୍ବୁଲାନ୍ସ ସହ ନେଉଳପୁର ଛକରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକରେ ଥିବା ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳକୁ ପହଂଚି ମୃତଦେହଗୁଡିକୁ ଜବତ କରିଥିଲା ।

ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

Leave A Reply

Your email address will not be published.