Latest Odisha News

BREAKING NEWS

ଦିଲ୍ଲୀର ବୋଲିଂରେ ଧରାସାୟୀ ହେଲା ଚେନ୍ନାଇ, ୪୪ ରନରେ ବିଜୟୀ ହେଲା ଡିସି

ଦୁବାଇ: ଆଇପିଏଲ ୨୦୨୦ରେ ଦ୍ୱିତୀୟ ଥର ପାଇଁ ହାରିଲା ଚେନ୍ନାଇ । ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୪୪ ରନରେ ହାରିଛି ।

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ଆଜିର ମ୍ୟାଚରେ ଟସ୍ ଜିତି ଚେନ୍ନାଇ ବୋଲିଂ ନିଷ୍ପତ୍ତି ନେଇଥିଲା । ଦିଲ୍ଲୀ ପକ୍ଷରୁ ପୃଥ୍ୱୀ ଓ ୬୪ ରନ କରିଥିବା ବେଳେ ଶିଖର ଧାୱନ ୩୫ ରମ ସଂଗ୍ରହ କରିଥିଲେ । ଋଷଭ ପନ୍ଥ ୩୭ ରନ, ଶ୍ରେୟସ ଆୟାର ୨୬ ହାସଲ କରିଥିଲେ । ଏଥି ସହ ପ୍ରପକ୍ଷ ଆଗରେ ୧୭୬ ରବର ଭିଜୟ ଲକ୍ଷ୍ୟ ରଖିଥିଲେ ।

ସେପଟେ ଚେନ୍ନାଇର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ସେନ ୱାଟସନ, ମୁରଲୀ ବିଜୟ ୧୪ ଓ ୧୨ରନ କରି ପ୍ୟାଭିଲିଅନ ଫେରିଥିଲେ । ଡୁପ୍ଲେସିସ୍ ୩୫ ଓ କେଦାର ଯାଦବ ୨୬ ରନ କରିପାରିଥିଲେ । ଆଶା ଥିଲା ଧୋନି କିଛିଟା କମାଲ ଦେଖାଇବେ ବୋଲି ଦର୍ଶକ ଆଶା ରଖିଥିଲ ସୁଦ୍ଧା ସେ ୧୫ ରନ କରି ଆଉଚ୍ ହୋଇଯାଇଥିଲେ । ଦଳ ୨୦ ଓଭରରେ ୭ଟି ୱିକେଟ୍ ହରାଇ ଚେନ୍ନାଇ ମାତ୍ର ୧୩୧ ରନ କରିପାରିଥିଲା । ୪୪ ରନରେ ଦଳ ଦିଲ୍ଲୀଠାରୁ ହାରିଥିଲା ।

Leave A Reply

Your email address will not be published.