Latest Odisha News

BREAKING NEWS

କଟକରେ ପୁରୁଣା କୋଠା ଭୁଶୁଡ଼ି ୩ମୃତ

କଟକ:କଟକ ମଣିସାହୁ ଛକରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଅଘଟଣ ଘଟିଛି। କୋଠା ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ ଘଟିଛି। ମଣିସାହୁ ଛକ ନିକଟରେ ଥିବା ହାଡ଼ିବନ୍ଧୁ ସ୍କୁଲ ନିକଟରେ ପୁରୁଣା କୋଠା ଭୁଶୁଡ଼ିବାରୁ ବସ୍ତିରେ ରହୁଥିବା ୩ ଜଣଙ୍କର ମୃତ୍ୟୁ ଘଟିଛି।

କମିସନରେଟ୍‌ ପୋଲିସ କହିଛି ଯେ, ସ୍ବାମୀ,ସ୍ତ୍ରୀ, ଜଣେ ମହିଳା ଓ ଦୁଇ ଛୋଟ ପିଲାଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ଡାକ୍ତରଖାନା ନିଆଯାଇଥିଲା। ସେଠାରେ ବାପା, ମା’ ଓ ଜଣେ ୫ ବର୍ଷର ଶିଶୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଏହି ଦୁର୍ଘଟଣାରେ ଜଣେ ମହିଳା ଓ ଜଣେ ଶିଶୁ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ଉପସ୍ଥିତ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୧୫ରେ ଏହି ଦୁର୍ଘଟଣା ଘଟିଛି। ମଣିସାହୁ ଛକରେ ଥିବା ଏକ ଆପାର୍ଟମେଣ୍ଟର ବାଲକୋନୀ ଛାତ ଭୁଶୁଡ଼ି ଠିକ ତଳେ ଥିବା ଏକ ଆଜବେଷ୍ଟସ ଘର ଉପରେ ପଡ଼ିଥିଲା।

 

 

 

Comments are closed.