Latest Odisha News

BREAKING NEWS

ମାଆ ସହ ବିଷ ପିଇଦେଲେ ଭାଇଭଉଣୀ, ଏମ୍‌କେସିଜି ମେଡିକାଲରେ ୩ ମୃତ

ବ୍ରହ୍ମପୁର: ମା’ ସହ ବିଷ ପିଇଦେଲେ ଭାଇଭଉଣୀ। ଏମ୍‌କେସିଜି ମେଡିକାଲରେ ୩ ଜଣଙ୍କୁ ମୃତ୍ୟୁ ଘୋଷଣା। ଗଞ୍ଜାମ ଥାନା ପାଳିବନ୍ଧ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବିଷପିଇ ମା’ ସହ ୨୦ ବର୍ଷୀୟା ଝିଅ ଓ ୨୩ ବର୍ଷୀୟ ପୁଅର ମୃତ୍ୟୁ। ପାରିବାରିକ କାରଣରୁ ବିଷ ପିଇଥିବା ସୂଚନା ମିଳିଛି।

ଚାଉଳରେ ପୋକ ନଲାଗିବା ପାଇଁ ରଖାଯାଇଥିବା ଔଷଧକୁ ଖାଇ ତିନି ଜଣଙ୍କ ମୃତ୍ୟୁ ହୋଇଛି। ସୂଚନାନୁସାରେ ଗତକାଲି ରାତିରେ ମାଆ, ଝିଅ ଓ ପୁଅ ଔଷଧ ଖାଇ ଶୋଇ ପଡ଼ିଥିଲେ। ବିଳମ୍ବିତ ରାତି ଯାଏଁ ଘରର କବାଟ ନଖୋଲିବାରୁ ସ୍ଥାନୀୟ ବାସିନ୍ଦା ସନ୍ଦେହ ପ୍ରକାଶ କରି ଘରର କବାଟ ବାଡେଇଥିଲେ।

ବିଷ ପିଇବା କଥା ଜାଣିବା ପରେ ତିନି ଜଣଙ୍କୁ ଗତକାଲି ବିଳମ୍ବିତ ରାତିରେ ପ୍ରଥମେ ଛତ୍ରପୁର ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ତିନି ଜଣଙ୍କ ମୃତ୍ୟୁ ହୋଇଛି। ମୃତ ମାଆର ବୟସ ୪୦, ଝିଅର ବୟସ ୧୬ ଓ ପୁଅର ବୟସ ୨୨ ବର୍ଷ। ଗତ ଦୁଇ ବର୍ଷ ପୂର୍ବରୁ ବାପାର ମୃତ୍ୟୁ ହୋଇଥିଲା। ବିଷ ପାନ କରିବାର କାରଣ ଏବେ ବି ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.