Latest Odisha News

ବିଶ୍ୱକପ କ୍ରିକେଟ: ଭାରତର ଏହି ୩ ଖେଳାଳିଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିବା କମ ସମ୍ଭାବନା

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟ ଏଥର ଭାରତରେ ଆୟୋଜିତ ହେବ । ଏ ନେଇ ଟିମ ଇଣ୍ଡିଆ ତାର ୧୫ଜଣିଆ ଦଳ ଘୋଷଣା କରିଦେଇଛି । ତୃତୀୟ ଥର ପାଇଁ ଭାରତ ବିଶ୍ୱକପ ଜିତିବା ଆଶାରେ ପଡିଆକୁ ଓହ୍ଲାଇବ । ତେବେ ଘୋଷିତ ଦଳରେ ୩ଜଣ ଖେଳାଳିଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିବା ଆଶା କ୍ଷୀଣ । ଚେନ୍ନାଇ ପିଚରେ ଭାରତ ୩ ସ୍ପିନରଙ୍କ ସହ ଖେଳିପାରେ । ସେହିପରି ଧର୍ମଶାଳା ଏବଂ ଅନ୍ୟ ପିଚରେ ଅତିରିକ୍ତ ପେସରଙ୍କୁ ସୁଯୋଗ ଦିଆଯାଇ ପାରେ । କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ ଓ ମହମ୍ମଦ ସାମୀ ଚୂଡାନ୍ତ ଏକାଦଶରୁ ବାଦ ପଡି ପାରନ୍ତି । କେଏଲ ରାହୁଲଙ୍କୁ ମୂଖ୍ୟ ଚୟନକର୍ତା ଓ ଅଧିନାୟକ ରୋହିତ ଶର୍ମା ବାରମ୍ବାର ଫିଟ ବୋଲି ଘୋଷଣା କରୁଥିଲେ ମଧ୍ୟ ଏ ନେଇ ସନ୍ଦେହ ରହୁଛି । ସେ ଯଦି ସମ୍ପୂର୍ଣ୍ଣ ଫିଟ ନ ଥିବେ ତେବେ ଟିମ ମ୍ୟାନେଜମେଂଟ ତାଙ୍କୁ ଖେଳାଳି କୌଣସି ଭୁଲ କରିବାକୁ ଚାହିଁବ ନାହିଁ । ଈଶାନ କିଶାନ ଭଲ ପ୍ରଦର୍ଶନ କରୁଥିବାରୁ ତାଙ୍କୁ ୱିକେଟକିପର ବ୍ୟାଟ୍ସମ୍ୟାନ ଭାବେ ଚୂଡାନ୍ତ ଏକାଦଶରେ ରଖାଯିବା ସମ୍ଭାବନା ଅଧିକ ।

ସୂର୍ଯ୍ୟକୁମାର ଯାଦବ ଟି୨୦ରେ ପ୍ରଭାବୀ ପ୍ରଦର୍ଶନ କରୁଥିଲେ ମଧ୍ୟ ଦିନିକିଆରେ ସେ ସଂଘର୍ଷ କରୁଛନ୍ତି । ଶ୍ରେୟାଶ ଆୟାର ଓ ଈଶାନ କିଶାନଙ୍କ ଉପସ୍ଥିତି ମିଡିଲ ଅର୍ଡର ତାଙ୍କ ସ୍ଥାନ ଏକପ୍ରକାର କଟିଯାଉଛି । ଯଦି କୌଣସି ଖେଳାଳି ଆଘାତ ସମସ୍ୟାରେ ପଡନ୍ତି ତେବେ ତାଙ୍କୁ ସୁଯୋଗ ମିଳିପାରେ । ପେସ ବିଭାଗରେ ଯଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜ ଖେଳିବା ଏକପ୍ରକାର ନିଶ୍ଚିତ । ମହମ୍ମଦ ସାମିଙ୍କ ବ୍ୟାଟିଂ ଦୁର୍ବଳତା ତାଙ୍କୁ ଏକାଦଶରେ ସ୍ଥାନ ପାଇବା ପାଇଁ ସମସ୍ୟା ସୃଷ୍ଟି କରିବ । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶାର୍ଦ୍ଦୁଳ ଠାକୁର ମଧ୍ୟ ତାଙ୍କ ସ୍ଥାନ ସୁରକ୍ଷିତ କରି ବସିଛନ୍ତି ।

Leave A Reply

Your email address will not be published.