Latest Odisha News

BREAKING NEWS

ଭାଇରାଲ୍ ହେଲା ବହୁ ଚର୍ଚ୍ଚିତ ଯୋଡ଼ି ପରିଣୀତି ଓ ରାଘବଙ୍କ ବିବାହ ସମ୍ପର୍କିତ ସମ୍ପୁର୍ଣ୍ଣ ଖବର

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଡ଼ାଙ୍କୁ ନେଇ ଏବେ ସବୁଠୁ ଚର୍ଚ୍ଚା ଚାଲିଛି। ଦୁହିଁଙ୍କ ନିର୍ବନ୍ଧ ପରଠୁ ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଚର୍ଚ୍ଚିତ ଯୋଡ଼ିଙ୍କ ବିବାହ ସଂପର୍କିତ ଖବରକୁ ତାଙ୍କର ଶୁଭେଚ୍ଛୁ ଓ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି। ବର୍ତ୍ତମାନ ସେମାନଙ୍କ ବିବାହ ତାରିଖରୁ ଆରମ୍ଭ କରି ଆୟୋଜନ ସ୍ଥଳ ପର୍ଯ୍ୟନ୍ତ ଅନେକ ସୂଚନା ଏବେ ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ସିଟି ଅଫ୍ ଲେକ୍ସ ଭାବେ ପରିଚିତ ରାଜସ୍ଥାନର ଉଦୟପୁରରେ ପରିଣୀତ ଓ ରାଘବଙ୍କ ବିବାହର ସମ୍ପୁର୍ଣ୍ଣ ଆୟୋଜନ କରାଯାଇଥିବା ନେଇ ସୂଚନା ମିଳିଛି। ଆସନ୍ତା ସେପ୍ଟେମ୍ବର ୨୩ ଓ ୨୪ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏନେଇ ରୀତିନୀତି ଅନୁସାରେ ବୈବାହିକ ବନ୍ଧନ ବ୍ୟବସ୍ଥାକୁ ସାକାର କରିବା ପାଇଁ ୨ଟି ରୟାଲ୍ ହୋଟେଲ ‘ଦି ଲୀଲା ପ୍ୟାଲେସ’ ଓ ‘ଦି ଓବେରୟ ଉଦୟ ବିଲାସ’ରେ ବୁକିଂ କରାଯାଇଥିବା ନେଇ ସୂଚନା ମିଳିଛି । ହଲଦୀ , ମେହେନ୍ଦି ଓ ସଙ୍ଗୀତ ସମେତ ଅନ୍ୟାନ୍ୟ ବିବାହ ରୀତି ନୀତି ଲୀଲାରେ ଅନୁଷ୍ଠିତ ହେବର ନିଷ୍ପତ୍ତି ହୋଇଥିବା ବେଳେ ଦି ଓବେରୟରେ ଅତିଥିଙ୍କ ରହଣି ବ୍ୟବସ୍ଥା କରାଯାଇଛି । ଏହା ଛଡ଼ା କାର୍ଯ୍ୟକ୍ରମର ଜାକଜମକତାକୁ ଦୃଷ୍ଟିରେ ରଖି ଆଖପାଖରେ ଥିବା ଆଉ ୨ରୁ ୩ଟି ହୋଟେଲରେ ମଧ୍ୟ ବ୍ୟବସ୍ଥା ହୋଇଥିବା ନେଇ ଖବର ମିଳିଛି ।

ସୂଚନା ମୁତାବକ ଏହି ସେଲିବ୍ରିଟିଙ୍କ ବିବାହ ସମାରୋହରେ ଯୋଗଦେବା ପାଇଁ ପ୍ରାୟ ୨୦୦ଜଣ ଅତିଥି ନିମନ୍ତ୍ରିତ ହୋଇଛନ୍ତି। ସେଥି ମଧ୍ୟରୁ ପ୍ରାୟ ୫୦ରୁ ଅଧିକ ବ୍ୟକ୍ତି ମନୋରଞ୍ଜନ ତଥା ରାଜନୀତି କ୍ଷେତ୍ର ସହ ଜଡ଼ିତ ଥିବା ନେଇ ଖବର ମିଳିଛି । ସେମାନଙ୍କ ମଧ୍ୟରେ ବିଶିଷ୍ଟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ଵାମୀ ନିକ୍ ଜୋନସଙ୍କ ସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ୍ ମଧ୍ଯ ସାମିଲ୍ ହେବାର ସୂଚନା ରହିଛି। ସେପଟେ ଦି ଲୀଲାରେ ବିବାହ ଅନୁଷ୍ଠାନର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିବା ନେଇ ଖବର ମିଳିଛି । ହ୍ରଦ ପିଛୋଲାରେ ନିର୍ମିତ ଏହି ହୋଟେଲ ଲୀଲା ପ୍ୟାଲେସରେ ଗୋଟିଏ ରାତି ରହିବା ପାଇଁ ୩୦ ହଜାରରୁ ୯ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। ବିଧି ପୂର୍ବକ ବୈଦିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ଏଠାରେ ବିବାହ ଶେଷ ହେବାପରେ ହରିୟାଣାର ଗୁରୁଗ୍ରାମରେ ରିସେପ୍ସନ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.