କୋରାପୁଟ: ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ଜୟପୁର ସଦର ପୋଲିସ ଚଢାଉ କରି ୭ ଜଣଙ୍କୁୁ ଗିରଫ କରିଛି । ସେମାନଙ୍କଠାରୁ ୩୩୦ କେଜି ଗଞ୍ଜେଇ ଜବତ କରିଛି । ଏଥିସହ ୬ଟି ମୋବାଇଲ,୨୨ ହଜାର ୧ ଶହ ଟଙ୍କା ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବୈପାରିଗୁଡାର ବିଭିଷଣ ମାଛ (୨୫), ଓକେଲର ଜଗା ସେଠୀ (୧୯) ଓ ସୁନିଲ କୁମାର ନାୟକ (୨୨) ହରିୟାଣାର ବାଦଲ (୧୮), ସତପାଲ (୩୪), ଶ୍ରୀପାଲ (୩୦), ଦିଲିପ ଲିଂ (୩୪) । ଜୟପୁର ସଦର ପୋଲିସ ୩୨୬ ଜାତୀୟ ରାଜପଥର ପାତ୍ରପୁଟ ନିକଟରେ ଗାଡି ଯାଞ୍ଚ କରୁଥିଲା । ଏହି ସମୟରେ ଏକ ମିନିଟ୍ରକ (ଏପି୧୩ଟିଡବ୍ଲ୍ୟ୭୯୧୯) ଓ କାର (ଓଆର ୦୫କ୍ୟୁ ୨୫୮୮) କୁ ଯାଞ୍ଚକରିବାରୁ ସେଥିରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା ପୋଲିସ । ପରେ ମିନିଟ୍ରକରୁ ୨ ଶହ କେଜି ଓ କାରରୁ୧୩୦ କେଜି ଗଞ୍ଜେଇ ଜବତ କରିଥିଲା । ଏହି ଗଞ୍ଜେଇ କୋରାପୁଟରୁ ହରିୟାଣା ଚାଲାଣ ହେଉଥିବା ସଦର ଥାନା ଅଧିକାରୀ ଇଶ୍ୱର ତାଣ୍ଡି ପ୍ରକାଶ କରିଛନ୍ତି ।
BREAKING NEWS
- ଶପଥ ନେଲେ ନବନିର୍ବାଚିତ ଓଡ଼ିଶାର ୩ ରାଜ୍ୟସଭା ସାଂସଦ
- ସାରଣ୍ଡା ଜଙ୍ଗଲରେ ଲାଣ୍ଡ ମାଇନ ବିସ୍ଫୋରଣ, ଜଣେ ସିଆରପିଏଫ ଯବାନ ଆହତ
- ଜଣେ ସୈନିକ ପାଇଁ ହଜାରେ କୋଟିର ବିମାନ ଉଡ଼ାଇଲା ଆମେରିକା !
- ମଙ୍ଗଳବାର ସୁଦ୍ଧା ଏହା କର ନଚେତ୍ ପୂରା ଇରାନକୁ ଉଡ଼ାଇ ଦେବୁ !
- ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ ସିଲିଣ୍ଡର
- ଖୁବଶୀଘ୍ର ଶେଷ ହେବ ମଧ୍ୟପ୍ରାଚ୍ୟ ଯୁଦ୍ଧ: ୪୫ ଦିନିଆ ଅସ୍ତ୍ରବିରତି ଉପରେ ଚାଲିଛି ଆଲୋଚନା
- ଆସନ୍ତା ୧୦ ଯାଏଁ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା; ସେପଟେ, କାଳବୈଶାଖୀରେ ତାଣ୍ଡବରେ ୨ ମୃତ
- Road Accident: ଟ୍ରକକୁ ପଛରୁ ପିଟିଲା ଆଉ ଏକ ଟ୍ରକ, ଚାଲିଗଲା ୩ ଜୀବନ
- ମଣିପୁରରେ ଦୁଇ ଉଗ୍ରବାଦୀ ଗିରଫ; ଦିଲ୍ଲୀ ପୋଲିସର ଇନପୁଟ୍ ଆଧାରରେ କରାଯାଇଥିଲା ସର୍ଚ୍ଚ ଅପରେସନ
- ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥ ଜୋନ୍
Comments are closed.