Latest Odisha News

ଲୁଗା ଗାଡ଼ିରେ ଶିକ୍ଷକ କରୁଛନ୍ତି ଗଞ୍ଜେଇ ବେପାର: ଜଣେ ଶିକ୍ଷକଙ୍କ ସହ ୬ ଅଟକ

ଟିଟିଲାଗଡ଼: ଶିକ୍ଷକ କରୁଛନ୍ତି ଗଞ୍ଜେଇ ବେପାର, ଲୁଗା ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଲୁଗା ବ୍ୟବସାୟୀଙ୍କ ସହିତ ଧରାପଡ଼ିଲେ ଶିକ୍ଷକ। ଗଞ୍ଜେଇ କାରବାରରେ ଶିକ୍ଷକଙ୍କ ସହ ଲୁଗା ବ୍ୟବସାୟୀ ଧରାପଡିଲେ। ଲୁଗା ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ। ଏହି ଘଟଣାରେ୬ ଅଟକ ରହିଛନ୍ତି। ୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ପୋଲିସ।

ଟିଟିଲାଗଡ଼ରୁ ୨୪୩ କେଜି ଓ କଣ୍ଟାବାଞ୍ଜିରୁ ୯୪ କେଜି ଗଞ୍ଜେଇ ଜବତ କରିଛି ପୋଲିସ। ବଙ୍ଗୋମୁଣ୍ଡାର ବ୍ୟବସାୟୀ ଓ ଫୁଲବାଣୀର ଜଣେ ଶିକ୍ଷକଙ୍କ ସହ ୬ ଜଣଙ୍କୁ ଅଟକ ରଖିଛି ପୋଲିସ। ବାଲିଗୁଡା କାର୍ନିବେଡା ୟୁପି ସ୍କୁଲର ଜଣେ ଶିକ୍ଷକ ଅଟକ ଥିବା ସୂଚନା ମିଳିଛି।

Comments are closed.