ଡେରାଡୁନ: ଉତରାଖଣ୍ଡରେ ଦିନକୁ ଦିନ କଂଗ୍ରେସ ଦୁର୍ବଳ ହେବାରେ ଲାଗିଛି । ମଙ୍ଗଳବାର ୩ କଂଗ୍ରେସ ନେତା ହଠାତ ଆମ ଆଦମୀ ପାର୍ଟିରେ ଯୋଗ ଦେବା ରାଜନୈତିକ ବାତାବରଣକୁ ଚଳଚଂଚଳ କରି ଦେଇଛି । ଏହି ୩ଜଣ ହେଲେ ରାଜେନ୍ଦ୍ର ପ୍ରସାଦ ରତୁରୀ, କମଲେଶ ରମଣ ଓ କୁଲଦୀପ ଚୌଧୁରୀ । ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଉପସ୍ଥିତିରେ ସେମାନେ ଆପରେ ସାମିଲ ହୋଇଥିଲେ । ଏହା ପରେ ହରେକ ସିଂଙ୍କ ଘରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ହରୀଶ ରାୱତ ଏହି ବୈଠକରେ ଯୋଗ ଦେଇ ନ ଥିଲେ । ୨୦୧୭ରେ ବିଧାନସଭା ନିର୍ବାଚନ ପୂର୍ବରୁ ୯ଜଣ ବିଜେପିରେ ଯୋଗ ଦେଇଥିଲେ । ୨୦୨୨ ବିଫଳତା ଦଳର ନେତାମାନଙ୍କୁ ଅନ୍ୟ ପାର୍ଟି ପ୍ରତି ମୁହାଁଇବାକୁ ବାଧ୍ୟ କରୁଛି । ଆପ ଆଗାମୀ ନିର୍ବାଚନରେ ହିମାଚଳପ୍ରଦେଶରେ ଭଲ ପ୍ରଦର୍ଶନ ନେଇ ଆଶାୟୀ ଅଛି ।
BREAKING NEWS
- ଓଡ଼ିଶା ରାଜ୍ୟ ଆଇନ ଆୟୋଗଙ୍କ ବାର୍ଷିକ ରିପୋର୍ଟ ଓ ନୂତନ ୱେବ୍ସାଇଟ୍ ଉନ୍ମୋଚିତ
- ଲସ୍କର-ଏ-ତୈବାର ଏକ ଆନ୍ତଃରାଜ୍ୟ ଆତଙ୍କବାଦୀ ମଡ୍ୟୁଲ୍ର ପର୍ଦ୍ଦାଫାସ୍, ୫ ଗିରଫ
- ଗିରଫ ହେଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର
- ରଗବୀ: ୧୭ ବର୍ଷରୁ କମ ବାଳିକା ବର୍ଗରେ ଓଡ଼ିଶା, ବାଳକ ବର୍ଗରେ ବିହାର ବିଜେତା
- ଆଇପିଏଲ: ପ୍ରତ୍ୟେକ ସିଜନରେ ଫ୍ରାଂଚାଇଜରଙ୍କ ହେଉଛି ୨୪୦୦ କୋଟି କ୍ଷତି !
- ପାକିସ୍ତାନକୁ ରାଜନାଥ ସିଂହଙ୍କ କଡା ବାର୍ତ୍ତା, ‘ଯଦି ତୁମେ ପଶ୍ଚିମବଙ୍ଗ ଆଡକୁ ନଜର ପକେଇବ, ତେବେ ତୁମକୁ….
- ଆଜି ରାତିରେ ଏକ ସଭ୍ୟତାର ଅନ୍ତ ହେବ, ୪୭ ବର୍ଷର ହିଂସାର ଅନ୍ତ ହେବ… ଇରାନକୁ ଟ୍ରମ୍ପଙ୍କ ଧମକ
- ମ୍ୟାଚ ଫିକ୍ସିଂ: ବାଂଲାଦେଶର ୭ ଖେଳାଳି ବାସନ୍ଦ
- ପଶ୍ଚିମବଙ୍ଗରେ ଭୋଟ ଆଗରୁ ବାଦ ପଡିଲେ ୯୦ ଲକ୍ଷ ଭୋଟର
- ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ପେଟ୍ରୋଲିୟମ ସଚିବଙ୍କ ବଡ଼ ଘୋଷଣା
Comments are closed.