Latest Odisha News

BREAKING NEWS

ଆରଏସଏସ ଅଫିସ ଉପରେ ବୋମା ମାଡ଼, ସିପିଆଇ(ଏମ) ବିରୋଧରେ ଅଭିଯୋଗ ଆଣିଲା ବିଜେପି

ଥିରୁଅନନ୍ତପୁରମ: ମଙ୍ଗଳବାର କେରଳର କନ୍ନୁର ଜିଲ୍ଲାରେ ଥିବା ଆରଏସଏସ କାର୍ଯ୍ୟାଳୟ ଉପରେ ଦୁଇଜଣ ମୋଟରସାଇକେଲ ଚାଳକ ବୋମା ଫିଙ୍ଗି ଥିବା ଜଣାପଡ଼ିଛି। ଆରଏସଏସ ଅଫିସ ପାଖରେ ଥିବା ସିସିଟିଭି ଫୁଟେଜରୁ ଏହି ସୂଚନା ମିଳିଛି। ଆକ୍ରମଣକାରୀମାନେ ବୋମା ଫିଙ୍ଗିବା ପୂର୍ବରୁ ଦୁଇ ଜଣ ମୋଟର ସାଇକେଲରେ ଆସି ଅଫିସ ଆଖ ପାଖରେ ପ୍ରଥମେ ବୁଲିଥିଲେ। ଏହାପରେ ନିଜ ଉଦ୍ଦେଶ୍ୟରେ ସଫଳ ହୋଇଥିଲେ।

BjdElectrycity

ଆରଏସଏସ ଅଫିସରେ ବୋମା ପକାଇବା ପରେ ଅଫିସର ଗେଟ୍ କ୍ଷତିଗ୍ରସ୍ତ ହୋଇଛି। ଏପରି ଆକ୍ରମଣ ପଛରେ ଶାସକ ଦଳ ସିପିଆଇ(ଏମ୍) ନେତା ରହିଥାଇପାରନ୍ତି ବୋଲି ବିଜେପି ସନ୍ଦେହ କରୁଛି। ପୋଲିସ ଆସି ଘଟଣାସ୍ଥଳରେ ପହଁଚି ତଦନ୍ତ କରିଛି।

ଏହି ଆକ୍ରମଣରେ ସିପିଆଇ (ଏମ୍) ର ଭୂମିକାକୁ ଆମେ ସନ୍ଦେହ କରୁଛୁ। ଗୋଲ୍ଡ ସ୍ମଗଲିଂ ମାମଲାର ଖୁଲାସା ପରେ ଶାସକ ଦଳ ମାମଲାକୁ ଲୋକଲୋଚନରୁ ଡାଇଭର୍ଟ କରିବାକୁ ଯାଇ ଏଭଳି କୌଶଳ ଆପଣାଉଛି ବୋଲି ବିଜେପି କନ୍ନୁର ଜିଲ୍ଲା ସଭାପତି ଏନ ହରିଦାସାନ କହିଛନ୍ତି ।ତେବେ ଏହି ଆକ୍ରମଣରେ ସିପିଆଇ (ଏମ୍)ର କୌଣସି ଭୂମିକା ନାହିଁ ଅଭିଯୋଗ ପରେ ଶାସକ ଦଳ ସଫେଇ କରିଛି। ଏଥିସହ ସମସ୍ତ ଅଭିଯୋଗକୁ ଖାରଜ କରିଛି।

ଗତ ସପ୍ତାହରେ ଆସାମର ଦୁଇଜଣ ପ୍ରବାସୀ ଶ୍ରମିକ, ବାପା ଓ ପୁଅ ମଧ୍ୟ ଏହି ଜିଲ୍ଲାରେ ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିଲେ। ବର୍ଜ୍ୟବସ୍ତୁ ସଂଗ୍ରହକାରିବା ସମୟରେ ବୋମା ଫୁଟିବାରୁ ଉଭୟ ବାପ ଓ ପୁଅ ପ୍ରାଣ ହରାଇଥିଲେ। ପୋଲିସ କହିଥିଲା ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ହୋଇଥିବା ଏକ ଷ୍ଟିଲ୍ ଟିଫିନ୍ ବକ୍ସ ଖୋଲିବାକୁ ଚେଷ୍ଟା କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା।

ଉଲ୍ଲେଖଯୋଗ୍ୟ, କେରଳରେ ବୋମା ବିସ୍ଫୋରଣ ନୂଆ କଥା ନୁହେଁ। ଗତ ଦୁଇ ଦଶନ୍ଧିରୁ କନ୍ନୁର ଜିଲ୍ଲାରେ ବୋମା ବିସ୍ଫୋରଣରେ ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.