Latest Odisha News

BREAKING NEWS

ମାୟାନଗରୀରେ ବର୍ଷା ବିତ୍ପାତ: ଭାଙ୍ଗିଲା ୩ ମହଲା କୋଠା, ଚାପି ହୋଇ ରହିଛନ୍ତି ଲୋକ!

ମୁମ୍ବାଇ: ମାୟାନଗରୀରେ ଏବେ ତାଣ୍ଡବ ରଚୁଛି ବର୍ଷା । ଚାରି ଆଡେ ଜଳମଗ୍ନ । କେଉଁଠି ଘରେ ପାଣି ପଶିଲାଣି ତ ଆଉ କେଉଁଠି ଗଛ ଓ ଘର ଧସେଇ ପଡିଲାଣି । ଆଜି ବଡି ଭୋରୁ ମଧ୍ୟ ସେହି ସମାନ ପରିସ୍ଥିତି ଦେଖାଦାଇଛି । ମୁମ଼୍ବାଇ ସହରର ନିକଟବର୍ତ୍ତୀ ଶାହବାଜ ଗ୍ରାମରେ ଏକ ୩ ମହଲା ଘର ଭୁଶୁଡ଼ି ପଡ଼ିଥିବାରୁ ଅନେକ ନିବାସୀ ଏହା ତଳେ ଚାପି ହୋଇରହିଥିବା ଜଣାପଡିଛି । ସେପଟେ ଉଦ୍ଧାରକାରୀ ଟିମ୍ ପହଞ୍ଚିବା ପରେ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଏହା ସହିତ ଏଥିରେ ଆହୁରୀ ଲୋକ ଚାପି ହୋଇ ରହିଥିବା ସନ୍ଦେହ କରି ଏନ୍‌ଡିଆର୍‌ଏଫ୍‌, ପୋଲିସ, ଅଗ୍ନିଶମ ଦଳ ଏବଂ ନଗରପାଳିକାର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ସକାଳ ପାଖାପାଖି ୫ଟା ବେଳେ କୋଠା ଭୁଶୁଡ଼ିବା ସମ୍ପର୍କରେ ସୂଚନା ପାଇଥିଲେ ବୋଲି କହିଚନ୍ତି ଉଦ୍ଧାରକାରୀ ଦଳର ଟିମ୍ । ସୂଚନା ପାଇବା ପରେ, ସେମାନେ ସେଡାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦୁଇଜଣ ଲୋକ ଫସି ରହିଥିବା ଦେଖି ସେମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ମହମ୍ମଦ ସିରାଜ ନାମକ ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି ଏବଂ ତାଙ୍କୁ ଖୋଜାଖୋଜି କରାଯାଉଛି ବୋଲି ସେ ସୂଚନା ଦେଇଥିଲେ ।

Comments are closed.