Latest Odisha News

BREAKING NEWS

ଗାଧୋଇବାକୁ ଯାଇ ଦେବୀ ନଦୀରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ

ପୁରୀ: ପୁରୀ ଜିଲ୍ଲା ବାଲିଡ଼ିଆରେ ଅଘଟଣ । ଗାଧୋଉଥିବା ବେଳେ ଦେବୀ ନଦୀରେ ବୁଡି ୩ ଜଣ ନାବାଳକ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ରୋହନ ବେହେରା, କାହ୍ନା ବେହେରା ଓ ଓମ୍ ବେହେରା ।

ଏହି ତିନି ଜଣ ଆଜି ଗାଧୋଇବାକୁ ଦେବୀ ନଦୀକୁ ଯାଇଥିଲେ । ହେଲେ ବହୁ ସମୟ ଧରି ଘରକୁ ଫେରିବାରେ ବିଳମ୍ବ ହେବାରୁ ଘର ଲୋକ ଖୋଜାଖୋଜି କରିବା ପରେ ସମସ୍ତଙ୍କ ପ୍ୟାଣ୍ଟ ସାର୍ଟ ଏକ ଡ଼ଙ୍ଗାରେ ଥିବା ଦେଖିବାକୁ ପାଇଥିଲେ । ଏନେଇ ନଦୀ ଭିତରେ ଯାଇ ଦେଖିବାରୁ ରୋହନ, ଓମ ଓ କାହ୍ନାଙ୍କ ମୃତଦେହ ଭାସୁଥିବା ସେମାନେ ଦେଖିଥିଲେ ।

୩ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣା ପରେ କାନ୍ଦ ବୋବାଳିରେ ଫାଟି ପଡୁଛି ସମଗ୍ର ଅଞ୍ଚଳ । ଶୋକାକୂଳ ହୋଇଛି ପରିବେଶ ।

Comments are closed.