Latest Odisha News

BREAKING NEWS

Operation Trashi‑I: ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା; ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର କିସ୍ତୱାର ଜିଲ୍ଲାରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଅପରେସନ୍ ତ୍ରାଶି-୧ ଅନ୍ତର୍ଗତ ଚାଲିଥିବା ଅପରେସନ୍ ରେ ଆଉ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏହା ସହିତ ମୋଟ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି ।

ହ୍ୱାଇଟ୍ ନାଇଟ୍ କର୍ପସ କହିଛି ଯେ କିସ୍ତୱାରରେ ଚାଲିଥିବା ଅପରେସନ୍ ସମୟରେ, ଜମ୍ମୁ ଏବଂ କାଶ୍ମୀର ପୋଲିସ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ସହିତ ମିଳିତ ଭାବରେ ଏନକାଉଣ୍ଟର କରିଥିଲେ । ପ୍ରାରମ୍ଭିକ ଘଣ୍ଟାକ ମଧ୍ୟରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ପରେ ତୃତୀୟ ଆତଙ୍କବାଦୀର ଶବ ଉଦ୍ଧାର ହୋଇଛି।

ନିହତ ଆତଙ୍କବାଦୀଙ୍କ ମୃତଦେହ ଏବଂ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି । ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ପୂର୍ବରୁ ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା ବାହିନୀ ପାସରକୋଟ ଅଞ୍ଚଳର ଛତ୍ରୁ ବେଲ୍ଟରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ।

ସୂଚନା ମିଳିଥିଲା ​​ଯେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ସହ ଜଡିତ ପାକିସ୍ତାନୀ ଆତଙ୍କବାଦୀମାନେ ଏହି ଅଞ୍ଚଳରେ ଲୁଚି ରହିଛନ୍ତି। ସନ୍ଧାନ ସମୟରେ, ପାହାଡ଼ ତଳେ ଥିବା ଏକ ମାଟି ଘରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ । ସୁରକ୍ଷାବାହିନୀ କଡା ଜବାବ ଦେଇଥିଲେ । ଏନକାଉଣ୍ଟର ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

ସୁରକ୍ଷା ବାହିନୀ କହିଛନ୍ତି ଯେ ଅପରେସନ ଜାରି ରହିବ ଏବଂ ସେମାନେ ଅଞ୍ଚଳରେ ଲୁଚି ରହିଥିବା ଅନ୍ୟ ଆତଙ୍କବାଦୀଙ୍କୁ ଖୋଜୁଛନ୍ତି। ଏହି ଅପରେସନକୁ ସୁରକ୍ଷା ବାହିନୀ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି ।

Leave A Reply

Your email address will not be published.