Latest Odisha News

BREAKING NEWS

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର: ସେନା ଗୁଳିରେ ଟଳିଲେ ୩ ଆତଙ୍କୀ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ଖୁଲଚୋହର ଅଞ୍ଚଳରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଛି ଗୁଳି ବିନିମୟ । ଏଥିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।
ନିହତ ଆତଙ୍କବାଦୀଙ୍କ ପରିଚୟ ପାଇବାକୁ ଉଦ୍ୟମ ଚାଲୁ ରହିଥିବା କହିଛନ୍ତି କଶ୍ମୀର ଜୋନ୍ ପୁଲିସ ।
ମିଳିଥିବା ସୂଚନା ଅନୁସାରର, ଜମ୍ମୁ-କଶ୍ମୀର ପୋଲିସ ଏବଂ ସେନା ଓ ସିଆରପିଏଫର ଏକ ଟିମ୍ ଉକ୍ତ ଅଞ୍ଚଳରେ ତଲାସ ଅଭିଯାନ ଚଳାଇଛି।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଜମ୍ମୁ- କଶ୍ମୀର ପୋଲିସ, ସେନାର ୧୯ ଆର୍‌ଆର୍ ଏବଂ ସିଆର୍‌ପିଏଫ୍‌ଙ୍କ ମିଳିତ ଦଳ ଖୁଲଚୋହର ଅଞ୍ଚଳରେ ତଲାସ ଆରମ୍ଭ କରିଥିଲେ । ଏହି ଦଳ ଉକ୍ତ ସ୍ଥାନକୁ ଘେରାଉ କରିବା ପରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀଙ୍କ ଗୁଳି ଚଳାନାରେ ୩ ଜଣ ଆତଙ୍କୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ନିରାପତ୍ତା ବଳ ନିହତ ଆତଙ୍କବାଦୀଙ୍କ ଶବ ଓ ଗୋଟିଏ ଏକେ ୪୭ ରାଇଫଲ୍ ଏବଂ ଦୁଇଟି ପିସ୍ତଲ୍ ଉଦ୍ଧାର କରିଛନ୍ତି।

Leave A Reply

Your email address will not be published.