Latest Odisha News

BREAKING NEWS

କରୋନା ଭୟ: କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଯାଜପୁରର ଏହି ପଞ୍ଚାୟତ

ଯାଜପୁର: ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବରୀ ବ୍ଲକର ଈଶାନପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏନେଇ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।
କରୋନା ସଂକ୍ରମିତଙ୍କ ସଂଖ୍ୟା ଏହି ଅଞ୍ଚଳରେ ବଢ଼ୁଥିବାରୁ ଏହାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିବା ସୂଚନା।

ସୋମବାର ସକାଳ ୭ଟାରୁ ଜୁଲାଇ ମାସ ୧୨ ତାରିଖ ଯାଏଁ ଏହି କଣ୍ଟେନମେଣ୍ଟ ଅବଧି ରହିବ ବୋଲି ସୂଚନା ମିଳିଛି। ଏହି ଅଞ୍ଚଳରେ ରହୁଥିବା ବ୍ୟକ୍ତିଙ୍କୁ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଏହି ଅବଧି ସମୟ ମଧ୍ୟରେ ଈଶାନପୁର ପଞ୍ଚାୟତର ସମସ୍ତ ଦୋକାନ, ବଜାର ବନ୍ଦ କରିବାକୁ ଘୋଷଣା କରାଯାଇଛି। ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ମେଡିକାଲ୍ ସେବା ଯୋଗାଇବା ପାଇଁ ବ୍ୟବସ୍ଥା ହୋଇଛି। ୪ ଜଣ ନୋଡାଲ ଅଫିସରଙ୍କୁ ସାନିଟାଇଜେସନ୍, ଅତ୍ୟାବଶ୍ୟକ ସାମଗ୍ରୀ, ସ୍ୱାସ୍ଥ୍ୟ ଏବଂ ଆଇନ ସେବା ଯୋଗାଇବାକୁ ଦାୟିତ୍ୱ ଦିଆଯାଇଛି।

Leave A Reply

Your email address will not be published.