Latest Odisha News

BREAKING NEWS

ଫେଲ୍ ମାରିଲା ଚାଲ୍; ସେନାଙ୍କ ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ

କୁପଓ୍ବାଡା: ଫେଲ୍ ମାରିଲା ଆତଙ୍କୀକ ପ୍ଲାନ୍ । ୩ ଆତଙ୍କବାଦୀଙ୍କୁ ମାରି ଗଡାଇଲେ ସେନା । ଜାମ୍ମୁ-କାଶ୍ମୀର ପାକ୍ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବେଳେ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି ।

ପାକିସ୍ତାନରୁ କିଛି ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରୁଥିବା କଥା ସେନା ଗୁଇନ୍ଦା ସୂଚନା ଦ୍ବାରା ଜାଣିବା ପରେ ସେନା ଓ ଜମ୍ମୁ-କାଶ୍ମୀର ପୁଲିସ ମିଳିତ ଭାବେ ସନ୍ଧାନ ଆରମ୍ଭ କରିଥିଲେ । ଏହି ସମୟରେ ସେନା ଉପରକୁ ଆତଙ୍କବାଦୀ ମାନେ ଗୁଳିମାଡ କରିଥିଲେ । ସେନା ମଧ୍ୟ ଉଚିତ୍ ପଲଟା ଜବାବ ଦେଇଥିଲେ । କୁପୱାଡ଼ା ଜିଲ୍ଲାର ଏଲ୍‌ଓସି ନିକଟରେ ସୁରକ୍ଷାବାହିନୀଙ୍କ ପୃଥକ୍‌ ୨ଟି ଏନ୍‌କାଉଣ୍ଟର ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଏଥିସହିତ ରଜୌରିରେ ମଧ୍ୟ ଏନକାଉଣ୍ଟର ଜାରି ରହିଛି । ପୂରା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସେଠି ଆହୁରି ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି ।

Comments are closed.