Latest Odisha News

BREAKING NEWS

ଆଲର୍ଟ: ନୂଆଦିଲ୍ଲୀରେ ପ୍ରବେଶ କଲେ ୩ ଜୈଶ ଆତଙ୍କୀ, ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରେ ୩ ଜଣ ଜୈଶ ଇ ମହମ୍ମଦ ଆତଙ୍କବାଦୀ ପ୍ରବେଶ କରିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନ ଏବଂ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟରେ ଆକ୍ରମଣ କରିବା ଲାଗି ସେମାନେ ଷଡଯନ୍ତ୍ର ରଚିଛନ୍ତି । ଜୈଶ ମୁଖ୍ୟ ମୁଫତି ଅବଦୁଲ୍ଲ ରୌଫ ଅସଗରଙ୍କ ନିକଟତର ୩ ଆତଙ୍କୀ ଗୁଲଜାନ, ଜୁମାନ ଖାଁ ଏବଂ ଶକିଲ ଅହମ୍ମଦ ବଡ ଧରଣର କାଣ୍ଡ ଘଟାଇବା ଲକ୍ଷ୍ୟରେ ରହିଛନ୍ତି ।

ଜମ୍ମୁ-କଶ୍ମୀରର ସିଆଲକୋଟ ସେକ୍ଟର ଦେଇ ସେମାନେ ଭାରତରେ ପ୍ରବେଶ କରିଥିଲେ । ଆଫଗାନିସ୍ତାନ ପ୍ରମାଣପତ୍ର ରଖିଥିବା ଏହି ଆତଙ୍କୀକୁ ଧରିବା ପାଇଁ ଜୋରସୋରରେ ଉଦ୍ୟମ ଚାଲିଛି ।

Leave A Reply

Your email address will not be published.