Latest Odisha News

BREAKING NEWS

[ଭାଇରାଲ୍ ଭିଡିଓ] ହସ୍ପିଟାଲରେ କାହିଁକି ନାଚିଲେ ମଧ୍ୟପ୍ରଦେଶର ଏହି ପରିବାର ?

ମଧ୍ୟପ୍ରଦେଶ: ଗୋଟିଏ ପରିବାରର ୧୯ଜଣ ସଦସ୍ୟ ହୋଇଥିଲେ କରୋନାଭାଇରସରେ ସଂକ୍ରମିତ । ଅଗଷ୍ଟ ୮ରେ ଭର୍ତ୍ତି ହୋଇଥିଲେ ମଧ୍ୟପ୍ରଦେଶର କଟନି ଜିଲ୍ଲା ହସ୍ପିଟାଲରେ । ତେବେ ସ୍ୱାଧୀନତା ଦିବସରେ ସେମାନଙ୍କ ରିପୋର୍ଟ ନେଗେଟିଭ ବାହାରିଥିଲା । ଏହି ଖୁସୀରେ ପରିବାରର କିଛି ସଦସ୍ୟ ହସ୍ପିଟାଲରେ ହିଁ ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମର ଗୀତରେ ତାଳେତାଳେ ନାଚିଥିଲେ ।

ସୋସିଆଲ ମିଡିଆରେ ଏହି ଭିଡିଓଟି ଏବେ ଭାଇରାଲ୍ ହେବାରେ ଲାଗିଛି । ତେବେ ଖାଲି ଏହି ଗୋଟିଏ ଭିଡିଓ ନୁହେଁ ବରଂ ପୂର୍ବରୁ ବି ଅନେକ ଭିଡିଓରେ ଠିକ୍ ଏହିପରି ଘଟଣା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.