Latest Odisha News

BREAKING NEWS

ଜମ୍ମୁ-କଶ୍ମୀରର କଠୁଆରେ ପୁଣି ଗୁଳିବିନିମୟ: ସେନା ଜାଲରେ ଫସିଗଲେ ୩ ଆତଙ୍କବାଦୀ !

ଶ୍ରୀନଗର: ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ ସୋମବାର ରାତିରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପୁଣିଥରେ ଗୁଳିବିନିମୟ ଆରମ୍ଭ ହୋଇଛି। ଗତ ୯ ଦିନ ମଧ୍ୟରେ ଏହା କଠୁଆରେ ତୃତୀୟ ଏନକାଉଣ୍ଟର। ଏଥିରେ ୩ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ଘେରିଯାଇଥିବା ସୂଚନା ରହିଛି।

ଏହି ଗୁଳିବିନିମୟ କଠୁଆର ରାମକୋଟ ଅଞ୍ଚଳରେ ହୋଇଛି । ଯେଉଁଠି ସୁରକ୍ଷା ବାହିନୀ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏନକାଉଣ୍ଟରକୁ ସଫଳ କରିବାକୁ ଯାଇ ଅତିରିକ୍ତ ବାହିନୀ ଘଟଣାସ୍ଥଳକୁ ପଠାଯାଇଛି।

ପ୍ରଥମ ଗୁଳିବିନିମୟ ମାର୍ଚ୍ଚ ୨୩ରେ ହିରାନଗର ସେକ୍ଟରର ସାନ୍ୟାଲ ଗାଁ ନିକଟରେ ହୋଇଥିଲା। ଏହି ଘଟଣାରେ ଜଣେ ଝିଅ ଆହତ ହୋଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ପ୍ରଥମ ଏନକାଉଣ୍ଟର ପରେ ଆତଙ୍କବାଦୀମାନେ ପଳାଇବାରେ ସଫଳ ହୋଇଥିଲେ, ଏହା ପରେ ସୁରକ୍ଷା ବାହିନୀ ତଲାସୀ ଅଭିଯାନ ଜାରି ରଖିଥିଲା।

ଏହାପରେ ମାର୍ଚ୍ଚ ୨୭ରେ କଠୁଆର ଜୁଠାନା ଅଞ୍ଚଳରେ ଦ୍ୱିତୀୟ ଗୁଳିବିନିମୟ ଘଟିଥିଲା। ଏହି ସଂଘର୍ଷରେ ୪ ଜଣ ପୋଲିସ କର୍ମଚାରୀ ପ୍ରାଣ ହରାଇଥିବା ବେଳେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ମୃତ ଆତଙ୍କବାଦୀ ପାକିସ୍ତାନ-ଆଧାରିତ ଜୈଶ-ଏ-ମହମ୍ମଦ (ଜେଇଏମ) ସହ ଥିବା ସନ୍ଦେହ କରାଯାଉଛି ।

ଇଣ୍ଡିଆ ଟୁଡେ ଟିଭି ରିପୋର୍ଟରୁ ଏହା ଜଣାପଡ଼ିଛି ଯେ, ଜୁଠାନାର ଘନ ଜଙ୍ଗଲ ଅଞ୍ଚଳରେ ୪ ରୁ ୫ ଜଣ ଆତଙ୍କବାଦୀ ଲୁଚି ରହିଥିଲେ। ସୁରକ୍ଷା କର୍ମୀମାନେ ଏହି ଆତଙ୍କବାଦୀଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଥିଲେ। ଏହାପରେ ଏନକାଉଣ୍ଟର ଆରମ୍ଭ ହୋଇଛି ।

Comments are closed.