ନାଗୌର: ରାଜସ୍ଥାନର ନାଗୌରରେ ପକ୍ଷୀ ପ୍ରେମୀଙ୍କ ମନ କିଣିବା ପରି କାର୍ଯ୍ୟ ହୋଇଛି । ପକ୍ଷୀମାନେ ରହିବା ପାଇଁ ୭ ମହଲାର ଘର ପ୍ରସ୍ତୁତ କରାଯାଇଛି । ପାଖାପାଖି ୩ ହଜାର ପକ୍ଷୀ ଏଠାରେ ସୁରକ୍ଷିତ ଭାବେ ରହିପାରିବେ । ସେମାନଙ୍କ ପାଇଁ ୨୪ ଘଂଟା ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଛି । ଚଂଚଳ ଦେବୀ ବାଲଚାନ୍ଦ ଲୁଣାୱତ ଟ୍ରଷ୍ଟ, ଆଜମେର ଦ୍ୱାରା ପୀହ ଗ୍ରାମରେ ଏହି ୬୫ ଫୁଟ ଉଚ୍ଚର ବାର୍ଡ ହାଉସ ନିର୍ମିତ କରାଯାଇଛି । ଏଥିରେ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
ପିଲାମାନଙ୍କ ପାଇଁ ପାର୍କ, ବୟସ୍କଙ୍କ ପାଇଁ ପ୍ରାର୍ଥନା କକ୍ଷ ରହିଛି । ସେହିପରି ୪୦୦ରୁ ଊର୍ଦ୍ଧ୍ୱ ଗଛ ଏଠାରେ ଲଗାଯାଇଛି । ଜୈନ ସନ୍ଥ ରୂପ ମଣିଙ୍କ ପ୍ରେରଣାରେ ୧୮ରୁ ୨୦ ଯୁବକ ଏହି ଟାୱାର ପ୍ରସ୍ତୁତ କରିଥିଲେ । ଏଥିପାଇଁ ବିଭିନ୍ନ ମାଧ୍ୟମରେ ଆସୁଥିବା ଅର୍ଥକୁ ଫିକ୍ସଡ ଡିପୋଜିଟ କରାଯାଇଛି । ଏହାର ସୁଧରେ ପକ୍ଷୀମାନଙ୍କ ଆବଶ୍ୟକ କାର୍ଯ୍ୟ ପୂରଣ କରାଯାଇଛି । ବର୍ତମାନ ୫୦ ଲକ୍ଷ ଟଙ୍କା ଏହି ଏଫଡିରେ ରହିଛି ।
BREAKING NEWS
- ପଠାଣି ସାମନ୍ତ ପ୍ଲାନେଟାରିୟମର ହେବ ନବୀକରଣ; ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ବିଆଇଟିଏମ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
- ଅଭିନେତା ସାଲମାନ ଖାନ ଓ ହ୍ରିତିକ ରୋଶନଙ୍କ ନାଁରେ ଖାଉଟି ଅଦାଲତରେ ଏତଲା ରୁଜୁ
- ଭାରତକୁ ଧମକ ଦେଲା ଆତଙ୍କବାଦୀ ରୌଫ୍
- Iran Crisis: ଇରାନ ସଂକଟ ମଧ୍ୟରେ ଭାରତର ପଦକ୍ଷେପ, ଆରମ୍ଭ ହେଲା ବଡ଼ ଅପରେସନ
- Protests Against SIR: ପଶ୍ଚିମବଙ୍ଗରେ SIR ବିରୋଧରେ ହିଂସାତ୍ମକ ପ୍ରତିବାଦ, BDO କାର୍ଯ୍ୟାଳୟରେ ଭଙ୍ଗାରୁଜା ଏବଂ ନିଆଁ ଲଗାଇ ଦେଲେ ପ୍ରତିବାଦକାରୀ…
- Elephant Died: ବୋମା ଖାଇଥିବା ଗୁରୁତର ହାତୀର ମୃତ୍ୟୁ…
- ED Raid: ବରିଷ୍ଠ ବିଜେଡି ନେତା ହୃଷିକେଶ ପାଢ଼ୀଙ୍କ ଘରେ ଇଡି ଚଢ଼ାଉ
- Machado Gave Nobel to Trump: ନିଜ ନୋବେଲ୍ ପୁରସ୍କାରକୁ ଟ୍ରମ୍ପଙ୍କୁ ଉପହାର ଦେଲେ ମାଚାଡୋ… କ’ଣ ଏବେ ଆମେରିକା ରାଷ୍ଟ୍ରପତି ନୋବେଲ ବିଜେତା?
- CM Mohan Majhi: ୩ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ମୁଖ୍ୟମନ୍ତ୍ରୀ, ରାଜ୍ୟକୁ ଆହୁରି ଅଧିକ ଆସିବ ପୁଞ୍ଜି
- ଏଣିକି ଆଶାୟୀ ସରକାରୀ ଚାକିରିଆଙ୍କୁ ପରୀକ୍ଷା ପାଇଁ ଦେବାକୁ ପଡିବନି ଏନ୍ଓସି
Comments are closed.