Latest Odisha News

BREAKING NEWS

ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ କମ୍ପାନୀ ସମ୍ମୁଖରେ ଧାରଣା ଦେଲେ ଶତାଧିକ ଶ୍ରମିକ

ପାରାଦ୍ୱୀପ: ପାରାଦ୍ୱୀପ ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ କମ୍ପାନୀ ସମ୍ମୁଖରେ ଶ୍ରମିକଙ୍କ ଧାରଣା । ସରକାରଙ୍କ ଶ୍ରମ ଆଇନକୁ ଅବମାନନା କରି କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଶତାଧିକ ଶ୍ରମିକମାନେ ଗେଟ ସମ୍ମୁଖରେ ଧାରଣା ଦେଇଛନ୍ତି । ଫଳରେ କାରଖାନା କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।

କାରଖାନା ପରିସରରେ ଶ୍ରମିକଙ୍କ ୟୁନିୟନକୁ ସ୍ୱୀକୃତି ନଦିଆଯିବା, ଦୀର୍ଘ ଦିନ ହେଲା ଦରମା ବୃଦ୍ଧି ନକରିବା, କମ୍ପାନୀ କର୍ତ୍ତୃପକ୍ଷ ମନ ଇଚ୍ଛା ଛଟେଇ କରିବା ଏବଂ ଡ଼ଷ୍ଟ ଆଲ୍ଲାଉନ୍ସ ମଧ୍ୟ ଦେଉନଥିବା ଅଭିଯୋଗ କରିଛନ୍ତି । ଏନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ । ପୂର୍ବରୁ ପାରାଦ୍ୱୀପ ଏସାର ଷ୍ଟିଲ ଇଣ୍ଡିଆ ୱାକର୍ସ ୟୁନିୟନ ପକ୍ଷରୁ କାରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ହେଲେ କର୍ତ୍ତୃପକ୍ଷ ସେମାନଙ୍କ ଦାବି ଅଗ୍ରାହ୍ୟ କରି ଦେଇଥିଲେ ।

ଏନେଇ ଶ୍ରମିକମାନେ ଶ୍ରମ କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ । ଶେଷରେ କାରଖାନା କର୍ତ୍ତୃପକ୍ଷ ଶ୍ରମ କମିଶନରଙ୍କ ନିକଟରେ ହାଜର ନହେବାରୁ ଶ୍ରମିକମାନେ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ୟୁନିୟନ ପକ୍ଷରୁ କୁହାଯାଇଛି ।

Comments are closed, but trackbacks and pingbacks are open.