Latest Odisha News

ରାଜ୍ୟର କିଛି ଜିଲ୍ଲାରେ ଖସିବ ପାରଦ , ପୁଣି ବଢିବ ଶୀତ

ଭୁବନେଶ୍ୱର:ଖସିବ ପାରଦ ,ପୁଣି ବଢିବ ଶୀତ । ରାଜ୍ୟରେ ୩ ରୁ ୪ ଡିଗ୍ରୀ ତଳକୁ ଖସିବ ତାପମାତ୍ରା ।ପାଣିପାଗ ବିଜ୍ଞାନ କେନ୍ଦ୍ର ଏପରି ଆକଳନ କରିଛି ।ଅସହ୍ୟ ଥଣ୍ଡା ସହ ଘନ କୁହୁଡି ପଡିବ । ଆସନ୍ତା ୨୮ ତାରିଖରୁ ପୁଣି ରାଜ୍ୟରେ ଶୀତ ବଢିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଏପରି ସ୍ଥିତି ଲାଗି ରହିବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏନେଇ ରାଜ୍ୟର ୮ ଟି ଜିଲ୍ଲାକୁ ୟଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୮ ରୁ ୨୯ ତାରିଖ ମଧ୍ୟରେ ଝାରସୁଗୁଡା,ସୋନପୁର ,ବଲାଙ୍ଗୀର,ବରଗଡ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ପ୍ରବଳ ଥଣ୍ଡା ସହ ଘନ କୁହୁଡି ଅନୂଭୂତ ହେବ । ଘନ କୁହୁଡି ଯୋଗୁଁ ଗାଡିମଟର ଚଳାଚଳ କରିବା ସମୟରେ ସତର୍କତା ଅବଲମ୍ବନ କରବା ପାଇଁ କୁହାଯାଇଛି ।

Comments are closed.