Latest Odisha News

BREAKING NEWS

ଧକ୍କା ପରେ ଜଳିଗଲା ୩ ଟ୍ରକ, ତିନି ଡ୍ରାଇଭର ଜୀବନ୍ତ ଦଗ୍ଧ

ଝାରସୁଗୁଡା: ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ପରିସ୍ପର ସହ ପିଟି ହେଲେ ୩ ଟ୍ରକ । ଜୀବନ୍ତ ଜଳିଗଲେ ୩ ଡ୍ରାଇଭର । ଘଟଣା ଘଟିଛି  ଝାରସୁଗୁଡା ଜାତୀୟ ରାଜପଥ ୪୯ରେ  । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଝାରସୁଗୁଡା ସଦର ଥାନା ନିକଟ ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ  ୨ଟି ଟ୍ରକ ଦ୍ରୁତ ଗତିରେ ଯାଉଥିଲେ । ପରସ୍ପର ଓଭରଟେକ କରିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ବୀପରିତ ଦିଗରୁ ଆଉ ଏକ ଟ୍ରକ ଆସୁଥିଲା । ଭାରସାମ୍ୟ ରକ୍ଷା କରି ନ ପାରି ଓଭରଟେକ କରିବାକୁ  ଚେଷ୍ଟା କରୁଥିବା ୨ଟି ଟ୍ରକ ସାମ୍ନା ଟ୍ରକକୁ ଧକ୍କା ଦେଇଥିଲେ ।

ଫଳରେ ଘଟଣାସ୍ଥଳରେ ୩ଟି ଯାକ ଟ୍ରକ ଜଳିବାକୁ ଆରମ୍ଭ କରିଥିଲେ । ଏପରିକି ଡ୍ରାଇଭର ଗାଡି ଭିତରୁ ବାହାରିବାର ସୁଯୋଗ ପାଇ ନ ଥିଲେ । ଟ୍ରକ ଭିତରେ ଜଳି ଯାଇଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଦୀର୍ଘ ଏକ ଘଣ୍ଟା ଧରି ଜଳୁଥିଲା ତିନୋଟି ଯାକ ଟ୍ରକ । ଦୁର୍ଘଟଣା ଯୋଗୁ ଦୀର୍ଘ ସମୟ ଧରି ଯାନବାହନ ଚଳାଚଳ ବନ୍ଦ ଥିଲା ।

Leave A Reply

Your email address will not be published.