Latest Odisha News

ଭାଷା ଭାଗବତ : ଭାଷା ଯୋଗାଏ ବଳ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ

କରିଲେ ବାକ୍ୟ ବିଶ୍ଳେଷଣ
ମିଳଇ ଭାଷା ବ୍ୟାକରଣ
କରିଲେ ଶବ୍ଦ ସଂକଳନ
ସଂଭବ ହୁଏ ଅଭିଧାନ

ହେଉ ବା ନ ହେଉ ଲିଖିତ
ପ୍ରତ୍ୟେକ ମଣିଷର ଚିତ୍ତ
ଅଭିଧାନ ଓ ବ୍ୟାକରଣ
କରଇ ମନରେ ଧାରଣ

ଶିଶୁଟି ଆପେ ଶିଖି ଭାଷା
ବଢ଼ାଏ ନିଜର ଭରସା
କରେ ତା ଭାବନା ପ୍ରକାଶ
ଘଟାଏ ବ୍ୟକ୍ତିତ୍ୱ ବିକାଶ

ବହୁ ଭାଷାର ବହୁ ଶବ୍ଦ
ଗୋଟିଏ ଭାଷାର ସଂପଦ
ହେଲେ ଭାଷାରେ ବ୍ୟବହୃତ
ହୁଏ ସେହି ଭାଷାର ହିତ

ଶବ୍ଦର ଆଦାନ ପ୍ରଦାନ
ଆଡ଼କୁ ଦେଲେ ଟିକେ ଧ୍ୟାନ
ପ୍ରତିଟି ଭାଷା ବର୍ଧମାନ
ହୋଇ ବଢ଼ାଂତି ନିଜ ମାନ

ସ୍ବଭାଷା ନ କହି, ନ ଲେଖି
ଲୋକଂକ ଚଳିବା ଅଭ୍ୟାସ
ଯୋଗୁଁ ଯେ ଘଟେ ସତ୍ତାନାଶ
ଏ କଥା ନୁହେ ଅବିଶ୍ବାସ୍ୟ

ଯେଉଁ ଭାଷାରେ ଯା’ର ଜନ୍ମ
ସେ ଭାଷା ତା ପାଇଁ ଉତ୍ତମ
ଯୋଗାଏ ସୂଚନା ଓ ଜ୍ଞାନ
ବଢ଼ାଏ ବ୍ୟକ୍ତିର ସମ୍ମାନ

ବ୍ୟକ୍ତିର ସ୍ପଷ୍ଟ ଅଭିବ୍ୟକ୍ତି
ଜାଗ୍ରତ କରେ ଯେଉଁ ଶକ୍ତି
ତାହା ଦିଏ ଭାଷାକୁ ବଳ
ନିଶ୍ଚୟ ମିଳେ ଭଲ ଫଳ

Leave A Reply

Your email address will not be published.