ଭୁବନେଶ୍ୱର: ରାଜଧାନୀର ବରମୁଣ୍ଡା ବସଷ୍ଟାଣ୍ଡରେ ଗୁରୁବାର ଦିନ ପୋଲିସ ତିନି ଜଣ ମହିଳାଙ୍କଠାରୁ ପ୍ରାୟ ୩୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି।
ସମ୍ପୃକ୍ତ ତିନି ମହିଳାଙ୍କୁ ଗିରଫ ପରେ ପଚରାଉଚରା କରାଯାଉଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।
ସୂଚନା ଅନୁଯାୟୀ କୌଣସି ସୁତ୍ରରୁ ଖବର ପାଇ ଭରତପୁର ପୋଲିସ ଆଜି ସକାଳେ ବରମୁଣ୍ଡା ବସଷ୍ଟାଣ୍ଡରେ ଚଢାଉ କରି ଗଞ୍ଜେଇ ଜବତ କରିଛନ୍ତି।
ତେବେ ଅଭିଯୁକ୍ତଙ୍କ ପରିଚୟ ଏଯାବତ୍ ଜଣାପଡିନଥିବା ବେଳେ ପୋଲିସ ମଧ୍ୟ ଗଞ୍ଜେଇ କାରବାରର ଲିଙ୍କ ଖୋଜିବାରେ ଲାଗିଛି।
Comments are closed.