Latest Odisha News

BREAKING NEWS

ବିଷାକ୍ତ ଶାଗ ଖାଇ ପ୍ରାଣ ହରାଇଲା ୩ ବର୍ଷୀୟ ଶିଶୁ; ୩ ଗୁରୁତର

ନୟାଗଡ଼: ବିଷାକ୍ତ ଶାଗ ଖାଇ ଚାଲିଗଲା ନିରିହ ଶିଶୁର ଜୀବନ। ଏଭଳି ଏକ ଅଭାବବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ବରସାହି ଗାଁରେ। ବିଷାକ୍ତ ଶାଗ ଖାଇ ୩ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଅସୁସ୍ଥ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ବରସାହି ଗାଁର ରାକେଶ ମୁଦୁଲିଙ୍କ ପରିବାର ରବିବାର ଦିନ ନିଜ ଜମିରୁ ଆଣି ଚଣାଶାଗ ଆଣି ଖାଇଥିଲେ। ଏହାକୁ ଖାଇବାର କିଛି ଘଣ୍ଟା ପରେ ରାକେଶଙ୍କ ସ୍ତ୍ରୀ , ତିନି ବର୍ଷର ଝିଅ ଓ ମା ବାସନ୍ତୀ ଏବଂ ଶାଶୁଙ୍କର ଅସୁସ୍ଥ ହୋଇ ପଡ଼ିଥିଲା।

ସେମାନଙ୍କୁ ପ୍ରଥମେ ନୟାଗଡ଼ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ୩ ବାର୍ଷିୟା ଝିଅ ଟ୍ଵିଙ୍କିଲର ଅବସ୍ଥା ଗୁରୁତର ହେବାରୁ ତାକୁ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ଡାକ୍ତରଖାନା ଯିବା ବାଟରେ ଟ୍ଵିଙ୍କିଲର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଅନ୍ୟପଟେ ସାମାନ୍ୟ ସୁସ୍ଥ ଅନୁଭବ କରିଥିଲେ ଏବେ ମଧ୍ୟ ପରିବାରର ଅନ୍ୟ ସଦସ୍ୟ ମାନେ ଅସୁସ୍ଥ ଥିବା ସୂଚନା ମିଳିଛି।

Comments are closed.