Latest Odisha News

BREAKING NEWS

ଝାରସୁଗୁଡାରେ ଭୟାବହ ଅଗ୍ନିକାଣ୍ଡ; ଗୋଟିଏ ପରିବାରର ୪ ଗୁରୁତର

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାନଗର ହରିଓମ୍‌ ବିହାରରେ ଭୟାବହ ଅଗ୍ନିକାଣ୍ଡ । ଏଥିରେ ଗୋଟିଏ ପରିବାରର ୪ଜଣ ଗୁରୁତର ହୋଇଥିବା ସୂଚନା। ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ, ବ୍ରଜରାଜନଗର ହରିଓମ ବିହାରରେ ଗୋଟିଏ ପରିବାର ରାତିରେ ଶୋଇଥିବା ବେଳେ ଅଚାନକ ନିଆଁ ଲାଗି ଯାଇଥିଲା। ଯାହାଫଳରେ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି । ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ସ୍ଥାନୀୟ ଲୋକେ ପାଣି ଓ ବାଲି ଫୋଫାଡ଼ି ନିଆଁ କୁ ଆୟତ୍ତ କରିଥିଲେ।

ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା , ପରେ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ବ୍ରଜରାଜନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.