Latest Odisha News

BREAKING NEWS

ଜୀବନ ଯୁଦ୍ଧରେ ହାରିଗଲା ବୋରୱେଲରେ ଫଶି ରହିଥିବା ‘ଚେତନା’

ଜୟପୁର: ୧୦ ପରେ ରାଜସ୍ଥାନର ଅଲୱାର କୋଟପୁଟଲିରେ ଏକ ୧୭୦ ଫୁଟ୍ ଗଭୀର ବୋରୱେଲରେ ଫସି ରହିଥିବା ୩ ବର୍ଷୀୟ ‘ଚେତନା’ଙ୍କୁ ବୋରୱେଲରୁ ବାହାର କରାଯାଇଛି । ବୋରଓ୍ବେଲରୁ ବାହାର କରିବା ମାତ୍ରେ ଚେତନାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ଡିସେମ୍ବର ୨୩ ତାରିଖ ସୋମବାର ଦ୍ବିପ୍ରହର ସମୟରେ ‘ଚେତନା’ ଖେଳୁଥିବାବେଳେ ଏକ ବୋରୱେଲରେ ପଡ଼ିଯାଇଥିଲା । ଏହି ଖବର ତୁରନ୍ତ ଉଦ୍ଧାରକାରୀ ଦଳ ଓ ପୋଲିସକୁ ଦିଆଯାଇଥିଲା । ଏହାପରେ ଚେତନାକୁ ୧୫୦ ଫୁଟ ଗଭୀର ଗର୍ତ୍ତରୁ ୩୦ ଫୁଟ ଉପରକୁ ଟାଣି ଅଣାଯାଇଥିଲା, କିନ୍ତୁ ପରେ ସେଠାରେ ସେ ଅଟକି ରହିଯାଥିଲା ।

ପରେ ପାଇଲିଂ ମେସିନ୍ ସହିତ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଅମ୍ଳଜାନ ମଧ୍ୟ କ୍ରମାଗତ ଭାବରେ ବୋରଓ୍ବେଲ ଭିତରକୁ ଯୋଗାଇ ଦିଆଯାଉଥିଲା । ପରେ ଡିସେମ୍ବର ୨୬ରେ ଉତ୍ତରାଖଣ୍ଡରୁ ଏକ ସ୍ୱତନ୍ତ୍ର ଦଳ ଓ ରାଟ୍ ହୋଲ୍ ମାଇନର୍ସ ଦଳକୁ ଡକାଯାଇଥିଲା । ବୋରୱେଲ ଗର୍ତ୍ତ ପାଖରେ ଏକ ୧୭୦ ଫୁଟ ଗଭୀର ଗାତ ଖୋଳାଗଲା ।

ଖନନ କାମ ଶେଷ ହୋଇଥିଲା ସତ ହେଲେ ଟନେଲରୁ ଏକ ପ୍ରକାର ଗ୍ୟାସ ବାହାରୁଥିବାରୁ ନିଶ୍ୱାସ ନେବା କଷ୍ଟକର ହୋଇପଡିଥିଲା, ଯେଉଁଥିପାଇଁ ଉଦ୍ଧାରକାରୀ ଦଳ ଚେତନା ପାଖରେ ପହଞ୍ଚି ପାରିନଥିଲେ । ପରେ ଟନେଲ୍ ଖୋଳିବା ସତ୍ତ୍ୱେ ବୋରୱେଲ ମିଳି ନ ଥିଲା। ଏହା ପରେ ଆଉ ୪ ଫୁଟ୍ ଟନେଲ ଖୋଳା ଯାଇଥିଲା, ଯାହା ପରେ ବୋରୱେଲ ବାହାରିଥିଲା । ଶେଷରେ ଚେତନାକୁ ବୋରୱେଲରୁ ବାହାର କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ ।

Comments are closed.