Latest Odisha News

BREAKING NEWS

ଛି … ମଣିଷର ରାକ୍ଷସ ଚରିତ୍ର, ୩ ବର୍ଷ ନିଷ୍ପାପ ଶିଶୁକୁ ବି ଛାଡ଼ିଲେନି

ଉତ୍ତରପ୍ରଦେଶ: ୩ ବର୍ଷର କୋମଳମତୀ ଶିଶୁ । ଦୁନିଆ କଣ ଭଲ ଭାବରେ ଜାଣି ନଥିଲା । ସମାଜକୁ ଚିହ୍ନିବା ଓ ଜାଣିବା ଆଗରୁ ନର ରାକ୍ଷସଙ୍କ ନଜର ତା ଉପରେ ପଡ଼ିଲା । ଉତ୍ତରପ୍ରଦେଶରୁ ଏମିତି ଏକ ଛାତି ଥରାଇ ଦେଲାଭଳି ଲୋମଟାଙ୍କୁରା ଘଟଣା ସାମନାକୁ ଆସିଛି ।

ଜଣେ ୩ ବର୍ଷରୁ ନିଷ୍ପାପ ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଲକ୍ଷ୍ମୀପୁର ଖେରି ଅଞ୍ଚଳରେ ଘଟିଛି ଏହି ଘଟଣା । ଗତକାଲି ଗୋଟିଏ ବିଲ ଭିତରୁ ତାର ମୃତଦେହ ଉଦ୍ଧାର ହୋଇଛି ।

ଗତ ବୁଧବାରଠାରୁ ଶିଶୁଟି ନିଖୋଜ ଥିଲ । ଗତକାଲି ଘରଠାରୁ ମାତ୍ର ଅଧା କିଲୋମିଟର ଦୂରରେ ତାର କ୍ଷତବିକ୍ଷତ ମୃତଦେହ ମିଳିଥିଲା । ମୁଣ୍ଡରେ ଲାଗିଥିଲା ଗଭୀର ଆଘାତ । ଗତକାଲି ହତ୍ୟା ସନ୍ଦେହ କରିଥିଲା ପୋଲିସ । ପୋଷ୍ଟମର୍ଟମ ରିପୋର୍ଟରୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି ।

ପୋଲିସ ଘଟଣାର ତଦନ୍ତ ପାଇଁ ଚାରିଟି ଟିମ୍ ଗଠନ କରିଛି । ଗତ ୨୦ ଦିନ ଭିତରେ ଏହା ହେଇଛି ଲକ୍ଷ୍ମୀପୁର ଜିଲ୍ଲାରେ ତୃତୀୟ ଘଟଣା ଜଣିଆ । ଦୁଷ୍କର୍ମକାରୀଙ୍କ ବିରୋଧରେ ଦଣ୍ଡକୁ କଡ଼ାକଡ଼ି କରିବା ପାଇଁ ସରକାର ଆଇନରେ ପରିବର୍ତ୍ତନ ଆଣିଲେ । ତଥାପି ନର ରୂପୀ ଜହ୍ଲାଦମାନେ ସୁଧୁରୁ ନାହାନ୍ତି ।

Leave A Reply

Your email address will not be published.