Latest Odisha News

ଦେଶରେ ୩୯ ଲକ୍ଷ ଟପିଲା କରୋନା କେସ୍, ୬୮ ହଜାର ମୃତ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୩ ହଜାର ୩୪୧ ପଜିଟିଭ୍ । ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯ ଲକ୍ଷ ୩୬ ହଜାର ୭୪୮ ।

ସେହିପରି ଗତ ୨୪ ଘଣ୍ଟାରେ ଆଉ ହଜାରେ ୯୪ ଜଣ ମୃତ୍ୟୁବରଣ କରିଛନ୍ତି । ଦେଶରେ ପ୍ରାଣ ହରାଇଲେଣି ୬୮ ହଜାର ଆକ୍ରାନ୍ତ । ମୃତ୍ୟୁହାର ରହିଛି ୧.୭୩ ପ୍ରତିଶତ ।

ଦେଶରେ ବଢୁଛି ସୁସ୍ଥ ସଂଖ୍ୟା । ଆରୋଗ୍ୟ ଲାଭ କଲେଣି ୩୦ ଲକ୍ଷ ୩୭ ହଜାର ୧୫୨ ସଂକ୍ରମିତ । ଆକ୍ଟିଭ୍ କେସ୍ ରହିଛି ୮ ଲକ୍ଷ ୩୧ ହଜାର ୧୨୪ । ମୋଟ୍ ଆକ୍ରାନ୍ତଙ୍କ ୨୧ ପ୍ରତିଶତ ଚିକିତ୍ସାଧୀନ ଅଛନ୍ତି ।

Leave A Reply

Your email address will not be published.