Latest Odisha News

BREAKING NEWS

୧୫ ଜିଲ୍ଲାର ୩୦ ବ୍ଲକରେ ସ୍ୱାଭାବିକଠୁ କମ୍ ବର୍ଷା, ସ୍ପେଶାଲ୍ ଆକ୍ସନ ପ୍ଲାନ୍ ପ୍ରସ୍ତୁତ

ଭୁବନେଶ୍ୱର: ଚଳିତ ବର୍ଷ ମୌସୁମୀ ସିଜିନରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଛି । ଯେତିକି ହେବା କଥା ତାଠୁ କମ୍ ବର୍ଷିଛି । ୧୫ ଜିଲ୍ଲାର ୩୦ ବ୍ଲକରେ ରେକର୍ଡ ହୋଇଛି ସ୍ୱାଭାବିକଠାରୁ କମ୍ ବର୍ଷା । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି ।

ନିଅଣ୍ଟିଆ ବର୍ଷା ଓ ସମ୍ଭାବ୍ୟ ମରୁଡ଼ି ସ୍ଥିତି ନେଇ ଆଜି ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି କୃଷି ସଚିବ ସୁରେଶ ବଶିଷ୍ଟ ।
କୃଷି ସଚିବ କହିଛନ୍ତି, ଯେଉଁଠି ଜଳସେଚନର ସୁବିଧା ଅଛି ସେଠାରୁ ଉଠା ଜଳସେଚନ ଜରିଆରେ ଅନ୍ୟ ବିଲକୁ ପାଣି ଯୋଗାଇ ଦିଆଯିବ । କୃଷି ଶ୍ରମିକଙ୍କୁ ମନରେଗା ଓ ଅନ୍ୟାନ୍ୟ କୃଷି ଯୋଜନାରେ କାମ ଦିଆଯିବ । ସେହିପରି ଯେଉଁଠି ଲିଫ୍ଟ ଇରିଗେସନ ପଏଣ୍ଟ ଅଛି, ସେଠାରେ ପ୍ରତି ପାଣି ପଞ୍ଚାୟତରେ ଆକ୍ସନ ପ୍ଲାନ କରାଯିବ ।

ଏହାସହ ଅନ୍ୟ ଜଳସେଚନ ସୁବିଧାକୁ ବ୍ୟବସ୍ଥିତ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ରାଜ୍ୟରେ ଜୁନରୁ ବର୍ତ୍ତମାନ ସୁଦ୍ଧା ୩୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଆଜିର ବୈଠକର ସ୍ୱତନ୍ତ୍ର ରିଲିଫ କମିଶନର, କୃଷି ସଚିବ, ଅର୍ଥ ସଚିବଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.