Latest Odisha News

BREAKING NEWS

ମାଲେସିଆ ଷ୍ଟାର ଖେଳାଳି ଲିରିଡନଙ୍କ ସହ ଚୁକ୍ତି କଲା ଓଡିଶା ଏଫସି

ଭୁବନେଶ୍ୱର: ଓଡିଶା ଏଫସି ଆଗାମୀ ଆଇଏସଏଲ ସିଜନ ପାଇଁ ମାଲେସିଆର ଷ୍ଟାର ଫୁଟବଲ ଖେଳାଳି ଲିରିଡନ କ୍ରାସନିକ୍ୟୁଙ୍କ ସହ ଚୁକ୍ତିବଦ୍ଧ କରିଛି । ମାଲେସିଆର ପ୍ରଫେଶନାଲ ଫୁଟବଲ କ୍ଲବ ଜୋହର ଡାରୁଲ ତାଜିମ ଏଫସିଠାରୁ ଲୋନ ଡିଲ ଭାବେ ଏହି ଖେଳାଳିଙ୍କୁ ଅଣାଯାଇଛି । ୨୯ ବର୍ଷୀୟ ଏହି ମିଡଫିଲ୍ଡର ୟୁରୋପରେ ଚେକ ରିପବ୍ଲିକ ଟିମ ଏଫକେ ମାଲଦା ବୋଲେସ୍ଲାଭରୁ କ୍ୟାରିୟର ଆରମ୍ଭ କରିଥିଲେ ।

୨୦୧୫ରେ ସେ ମାଲେସିଆ ଏଫଏ କପ ଟାଇଟଲରେ କେଦାହ ଦାରୁଲ ଅମନ ଏଫସି ପକ୍ଷରୁ ଖେଳିଥିଲେ । ଲିରିଡନଙ୍କ ଉପସ୍ଥିତି ଦଳକୁ ଫାଇଦାରେ ରଖିବ ବୋଲି ଓଏଫସି କୋଚ କିଲକୋ ରାମିରେଜ କହିଛନ୍ତି । ଲିରିଡନ ବି ଓଡିଶା ଏଫସି ପକ୍ଷରୁ ଖେଳିବା ନେଇ ବେଶ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.