Latest Odisha News

ଏକାଥରେ ୩୦ ଇଲେକ୍ଟ୍ରିକାଲ ଇଞ୍ଜିନିୟର ପାଇଲେ ନିଯୁକ୍ତି

ଭୁବନେଶ୍ବର : ଏକାଥରକେ ନିଯୁକ୍ତି ପାଇଛନ୍ତି ୩୦ ଜଣ ଇଲେକ୍ଟ୍ରିକାଲ ଇଞ୍ଜିନିୟର । ୩୦ ଜଣ ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବନିଯୁକ୍ତି ଇଞ୍ଜିନିୟରଙ୍କୁ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଜରିଆରେ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ୩୦ ଜଣଙ୍କ ନିଯୁକ୍ତି ପରେ ବିଦ୍ୟୁତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି ।

ନବ ନିଯୁକ୍ତ ଇଞ୍ଜିନିୟର ମାନେ ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଓ ଶକ୍ତି ବିଭାଗରେ କାର୍ଯ୍ୟ କରିବେ । ଓଡ଼ିଶା ବିଦ୍ୟୁତ ଉତ୍ପାଦନର ବଳକା ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ସାମଗ୍ରୀକ ବିକାଶରେ ଶକ୍ତି ବିଭାଗର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ମତ ବ୍ୟକ୍ତ କରିଥିଲେ । ସେହିପରି ଶକ୍ତି ସଂରକ୍ଷଣ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଭଲ କାମ କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ‘ଆମ ଘରେ ଏଲଇଡି’ ଯୋଜନାରେ ୩ କୋଟି ୮୦ ଲକ୍ଷ ଏଲଇଡି ବଲବ ବଣ୍ଟା ଯାଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.