Latest Odisha News

ପଥରଖମ୍ବ ଗାଁ ଅଗ୍ନିବିପନ୍ନଙ୍କ ପରିବାରକୁ ସହାୟତା ପ୍ରଦାନ କଲେ ଜିଲ୍ଲାପାଳ

ଢେଙ୍କାନାଳ: କାମାକ୍ଷାନଗର ଥାନା ପଥରଖମ୍ବ ଗାଁରେ ଗତ ୧୫ ତାରିଖ ଦିନ ହୋଇଥିବା ଭୟାବହ ଅଗ୍ନିକାଣ୍ଡରେ ଜଳିଯାଇଥିଲା ୩୦ରୁ ଅଧିକ ଘର । ଆଜି ଅଗ୍ନିବିପନ୍ନଙ୍କ ପରିବାରକୁ ସହାୟତା ଯୋଗାଇଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି । ପଥରଖମ୍ବ ଗାଁ ହରିଜନ ସାହିର ମୋଟ ୨୪ ଗୋଟି ପରିବାରର ପ୍ରତ୍ୟକ ପରିବାର ପିଛା ୨୦ହଜାର ଟଙ୍କା ଲେଖାଏଁ ଚେକ୍ ଏବଂ ୨ ହଜାର ଟଙ୍କା ଲେଖାଏଁ ନଗଦ ଟଙ୍କା ପ୍ରଦାନ କରାଯାଇଛି ।

ଅଗ୍ନିବିପନ୍ନଙ୍କ ପାଇଁ ଶୁଖିଲା ଓ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଲୋକମାନଙ୍କୁ ରହିବା ପାଇଁ ପଲିଥିନ ପ୍ରଦାନ କରାଯାଇଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ରହିବା ପାଇଁ ଘରର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଗତ ୧୫ ତାରିଖ ଅପରାହ୍ନ ପ୍ରାୟ ୧ଟା ୧୫ ମିନିଟ ସମୟରେ ଭୟାବହ ଅଗ୍ନିକାଣ୍ଡରେ ପ୍ରାୟ ୪୭ ବଖରା ଘର ସହ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିପୋଡି ନଷ୍ଟ ହୋଇଥିଲା । ଯାହାକୁ ନେଇ ଘଟଣା ସ୍ଥଳରେ ସ୍ଥାନୀୟ ବିଧାୟକ ,ଚେୟାରମ୍ୟାନ,ସରପଞ୍ଚ ଏବଂ ସ୍ଥାନୀୟ ଯୁବ ସମାଜସେବୀ ମାନେ ସହଯୋଗ କରିଛନ୍ତି ।

Leave A Reply

Your email address will not be published.