Latest Odisha News

BREAKING NEWS

ରବୀନ୍ଦ୍ର ଜାଡେଜାଙ୍କ ଆଉ ଏକ କୀର୍ତିମାନ

ନୂଆଦିଲ୍ଲୀ: ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଏସୀୟ ଖେଳାଳିଙ୍କ ମଧ୍ୟରେ ଜାଡେଜା କମ ମ୍ୟାଚରେ ୨୫୦୦ ରନ ଏବଂ ୨୫୦ ୱିକେଟ ନେଇଛନ୍ତି । ସେ ୬୨ ଟେଷ୍ଟରେ ଏହି ସଫଳତା ହାସଲ କରିଛନ୍ତି । ଜାଡେଜା ଏଥିସହ ଭାରତର ପୂର୍ବତନ ଅଧିନାୟକ କପିଳ ଦେବ ଓ ପାକିସ୍ତାନର ଇମ୍ରାନ ଖାଁଙ୍କ ରେକର୍ଡ ମଧ୍ୟ ଭଙ୍ଗ କରିଛନ୍ତି । ଇମ୍ରାନ ୬୪ ଟେଷ୍ଟରେ ଏବଂ କପିଳ ୬୫ ଟେଷ୍ଟରେ ଏହି କୀର୍ତିମାନ ସ୍ଥାପନ କରିଥିଲେ । ଓଭରାଲ ଏହି ରେକର୍ଡ ଏବେ ବି ଇଂଲଣ୍ଡର ଇଆନ ବୋଥାମଙ୍କ ନାମରେ ରହିଛି । ସେ ୫୫ ଟେଷ୍ଟରେ ଏହି ଉପଲବ୍ଧି ହାସଲ କରିଛନ୍ତି । ସେ ତାଙ୍କ କ୍ୟାରିୟରରେ ୧୦୨ ଟେଷ୍ଟରେ ୫୨୦୦ ରନ ଓ ୩୮୩ ୱିକେଟ ଅକ୍ତିଆର କରିଛନ୍ତି ।

ଅପରପକ୍ଷରେ ଇମ୍ରାନ ୮୮ ଟେଷ୍ଟରେ ୩୮୦୭ ରନ ଓ ୩୬୨ ୱିକେଟ ଏବଂ କପିଳ ୧୩୧ ଟେଷ୍ଟରେ ୫୨୪୮ରନ ଓ ୪୩୪ ୱିକେଟ ନେଇଛନ୍ତି । ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ସେ ୭୦ ରନ ଓ ୭ ୱିକେଟ ହାସଲ କରିଥିଲେ ।

Leave A Reply

Your email address will not be published.