ନୂଆଦିଲ୍ଲୀ: ଦୁନିଆର ସର୍ବୋଚ୍ଚ ଶିଖର ମାଂଉଟ ଏଭରେଷ୍ଟ (୮୮୪୮ମିଟର) ଉପରେ ଚଢ଼ିବା ପାଇଁ ଭାରତର ୩୦ ଯବାନ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ବିଭିନ୍ନ ସ୍ଥାନରୁ ୫୦ରୁ ଅଧିକ ପର୍ବତାରୋହୀ ଏଭରେଷ୍ଟ ଉପରେ ଚଢ଼ିବା ପାଇଁ ବେସ କ୍ୟାମ୍ପରେ ପଂହଚି ସାରିଛନ୍ତି । ଭାରତର ସିଏପିଏଫ, ସିଆରପିଏଫ, ସିଆଇଏସଏଫ, ଆଇଟିବିପି, ବିଏସଏଫ ଓ ଏସଏସବିର ୩୦ ସଦସ୍ୟ ଶୁକ୍ରବାରଠାରୁ ସେମାନଙ୍କ ଅଭିଯାନ ଆରମ୍ଭ କରିବ ।
ଏଭରେଷ୍ଟ ଉପରେ ୨୫ ଥର ଚଢ଼ିଥିବା ୫୧ ବର୍ଷୀୟ କାମି ରୀତା ଶେରପା ଏଥର ଏହି ଅଭିଯାନରେ ସାମିଲ ହେବେ ନାହିଁ । ସେ ବେସ କ୍ୟାମ୍ପକୁ ଆସିବା ଅଧା ବାଟରେ ଫେରି ଯାଇଛନ୍ତି । ସେ କହିଛନ୍ତି ସ୍ୱପ୍ନରେ ତାଙ୍କ ଆରାଧ୍ୟା ଦେବୀ ଏଥର ନ ଚଢ଼ିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
Comments are closed.