Latest Odisha News

BREAKING NEWS

ଚାଲାଣ ବେଳେ ଅବକାରୀ ବିଭାଗର ଚଢଉ: କାର ସହ ଗଞ୍ଜେଇ ଜବତ, ୨ ଗିରଫ

ବୌଦ୍ଧ: ଅବକାରୀ ବିଭାଗକୁ ପୁଣି ମିଳିଲା ସଫଳତା। ଗଞ୍ଜେଇ ଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ଅବକାରୀ ବିଭାଗ। ଫଳରେ ୩୦ କେଜି ଗଞ୍ଜେଇ ଜବତ ହେବା ସହ ୨ ଜଣଙ୍କୁ ଗିରଫ କଲା ବିଭାଗ। ଏହି ଘଟଣା ଘଟିଛି ବୈଦ୍ଧ ଜିଲ୍ଲାରେ। ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଶନିବାର ବୌଦ୍ଧ ବ୍ରିଜ ଛକ ନିକଟରେ ଏକ କାରରୁ ୩୦ କେଜି ଗଞ୍ଜେଇ ଜବତ କରାଯିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ମନମୁଣ୍ଡା ଥାନା ଗୁନ୍ଦୁଲିଆ ଅଞ୍ଚଳରୁ ଚାରିଛକ ଅଞ୍ଚଳକୁ ଏକ କାର ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ଅବକାରୀ ବିଭାଗ ଖବର ପାଇ ଚଢଉ କରିଥିଲା। କାରକୁ ଯାଞ୍ଚ କରିବାରୁ ଗଞ୍ଜେଇ ମିଳିଥିଲା। କାରରେ ଥିବା ଗୁନ୍ଦୁଲିଆ ଗ୍ରାମର କପିଳ ସିଂ ଓ ଏରଡା ଗ୍ରାମର ଶ୍ରୀକୃଷ୍ଣ ବେହେରାଙ୍କୁ ଗିରଫ କରାଯାଇଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.