ଭୁବନେଶ୍ୱର: ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ । ଯାଞ୍ଚ ବେଳେ ଧରାପଡ଼ିଲେ ବେପାରୀ । ୩ ଶହ ଗ୍ରାମ ବ୍ରାଉନସୁଗାର ଜବତ କରିଛି କମିଶନରେଟ ପୋଲିସର କୁଇକ୍ ଆକ୍ସନ ଟିମ୍ । ୩ ଜଣଙ୍କୁ ଗିରଫ କରାଯାଇଛି ।
ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ । ୩ ଜଣଙ୍କୁ ଗିରଫ କରି ଖୋଳତାଡ ଚଳାଇଛି ପୋଲିସ । ସେମାନେ କେଉଁଠୁ ଆଣୁଥିଲେ ଧଳା ଜହର ? କାହା ପାଖକୁ ଚାଲାଣ କରୁଥିଲେ ? ରାଜ୍ୟ ବାହାର ଲିଙ୍କ ରହିଛି କି ? ଅଭିଯୁକ୍ତଙ୍କୁ ଏସମ୍ପର୍କରେ ପଚରାଉଚରା କରାଯାଉଛି ।
ପୂର୍ବରୁ ବିଭିନ୍ନ ସମୟରେ ଭୁବନେଶ୍ୱରରୁ ବ୍ରାଉନସୁଗାର ଜବତ ହୋଇଛି । ଚଳିତବର୍ଷ ରେକର୍ଡ ପରିମାଣର ଧଳା ଜହର ଜବତ କଲାଣି ଓଡ଼ିଶା ପୋଲିସ ।
Comments are closed.