Latest Odisha News

BREAKING NEWS

ବିପଦ ସଂକେତ ଛୁଇଁଲା ଜଳକା

ବାଲେଶ୍ୱର: ଫୁଲୁଛି ଜଳକା । ବଢ଼ୁଛି ଜଳକାର ଜଳସ୍ତର । ବିପଦ ସଂକେତ ଛୁଇଁଲା ଜଳକା ନଦୀ । ବାଲେଶ୍ୱର ବସ୍ତା ମଥାନୀ ଠାରେ ଜଳକା ନଦୀ ବିପଦ ସଂକେତ ଛୁଇଁଛି । ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାରୁ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।

ଏବେ ୫.୫ ମିଟରରେ ପ୍ରବାହିତ ହେଉଛି ଜଳକା । ଲଘୁଚାପ ଜନିତ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ନଦୀ ଉପରମୁଣ୍ଡରେ ବର୍ଷା ଯୋଗୁଁ ରାସଗୋବିନ୍ଦପୁର, ମୋରଡା, ସୁଳିଆପଦା, ଚିତ୍ରଡା ଅଂଚଳରେ ଜଳସ୍ତର ବଢ଼ିଛି । ଯଦି ଏଭଳି ଭାବରେ ବର୍ଷା ଲାଗି ରହେ ତେବେ ବସ୍ତା ବ୍ଲକର ୧୦ଟି ପଂଚାୟତ ଏବଂ ସଦର ବ୍ଲକର ୨ଟି ପଂଚାୟତରେ ବନ୍ୟା ହେବାର ଆଶଙ୍କା ରହିଛି ।

Leave A Reply

Your email address will not be published.