Latest Odisha News

BREAKING NEWS

ଗ୍ୟାସ ଷ୍ଟେସନରେ ଭୟଙ୍କର ବିସ୍ଫୋରଣ: ୩୦ ମୃତ, ୧୦୦ ଆହତ

ମସ୍କୋ :ରୁଷରେ ଭୟଙ୍କର ବିସ୍ଫୋରଣ  । ଅତିକମରେ ୩୦  ଜଣଙ୍କ ମୃତ୍ୟୁ, ୧୦୦ରୁ ଅଧିକ ଆହତ । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଶିଶୁ । ମଙ୍ଗଳବାର ଏମିତି ସୂଚନା ଦେଇଛନ୍ତି ରୁଷ ଦାଗେସ୍ତାନର  ରାଜ୍ୟପାଳ ସେର୍ଗେଇ ମେଲିକୋଭି ।

ସୋମବାର ବିଳମ୍ବିତ ରାତିରେ ରୁଷିଆର ଦକ୍ଷିଣ ଡାଗେନସ୍ତାନର ଏକ ଗ୍ୟାସ ଷ୍ଟେସନରେ ଏହି ବିସ୍ଫୋରଣ ଘଟିଥିଲା । ଗ୍ୟାସ ଷ୍ଟେସନଟି ଏହି ଅଞ୍ଚଳର ରାଜଧାନୀ ମଖାଚକାଲା ଉପକଣ୍ଠରେ ଥିଲା । ପ୍ରଥମେ କାର ମରାମତି ଦୋକାନରୁ ନିଆଁ ଆରମ୍ଭ ହୋଇ ନିକଟସ୍ଥ ଗ୍ୟାସ୍ ଷ୍ଟେସନକୁ ବ୍ୟାପିଯାଇଥିଲା।

ନିଆଁ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା । ଅଳ୍ପ ସମୟ ମଧ୍ୟରେ ୬୦୦ ବର୍ଗ ମିଟର ଅଞ୍ଚଳକୁ ବ୍ୟାପି ଯାଇଥିଲା । ଆହତମାନଙ୍କୁ ହେଲିକପ୍ଟର ମାଧ୍ୟମରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ସୂଚନା ଅନୁଯାୟୀ, ମସ୍କୋ ଅପରାହ୍ନ ୧୨ଟା  ସୁଦ୍ଧା ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା । ପରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ସେହିପରି ପ୍ରାଥମିକ ଅବସ୍ଥାରେ ୫୦ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ପରେ ଧ୍ୱଂସସ୍ତୁପ ତଳୁ ଆହୁରି ଅନେକଙ୍କୁ ଉଦ୍ଧାର କରାଯାଇଥିଲା । ଏବେ ଆହତଙ୍କ ସଂଖ୍ୟା ୧୦୨ରେ ପହଞ୍ଚିଛି ।

ଘଟଣାର ତଦନ୍ତ ଚାଲିଛି । ତେବେ ଏହା ଆତଙ୍କବାଦୀ କାର୍ଯ୍ୟକଳାପ କିମ୍ବା ବାହ୍ୟ ଶତ୍ରୁ ଆକ୍ରମଣ ତହା ଏ ଯାଏ ସ୍ପଷ୍ଟ ହୋଇ ନାହିଁ ।

Leave A Reply

Your email address will not be published.