Latest Odisha News

BREAKING NEWS

ଘର ପିଣ୍ଡାରେ ତ୍ରିରଙ୍ଗା ଉଡ଼ାଇଲେ ଆତଙ୍କବାଦୀଙ୍କ ଭାଇ

ନୂଆଦିଲ୍ଲୀ:ଆତଙ୍କବାଦୀଙ୍କ ଭାଇ ଉଡାଇଲେ ତ୍ରିରଙ୍ଗା । ନିଜଘର ସାମ୍ନାରେ ଉଡୁଥିଲା ବିଶାଳ ତ୍ରିରଙ୍ଗା ପତାକା ।  ସ୍ୱାଧୀନତା ଦିବସର ଅବ୍ୟବହିତ  ପୂର୍ବରୁ କୁଖ୍ୟାତ ଆତଙ୍କବାଦୀ ଜାଭେଦ ମାଟ୍ଟୋର ଭାଇ ତା’ ନିଜ ଘରେ ବିଶାଳ ତ୍ରିରଙ୍ଗା ଉଡ଼ାଇଛନ୍ତି ।

ଆତଙ୍କୀ ଜାଭେଦ ମାଟ୍ଟୁ ହିଜବୁଲ ମୁଜାହିଦ୍ଦିନର ସଦସ୍ୟ  । ସେ ଅନେକ  ଦେଶ ବିରୋଧରେ କାମରେ ଲିପ୍ତ । ହେଲେ ତାଙ୍କ ଭାଇ ଜମ୍ମୁ କଶ୍ମୀରର ସୋପୋରେଠାରେ ଥିବା ତାଙ୍କ ନିଜ ବାସଭବନରେ  ଜାତୀୟ ପତାକା ଉଡାଇଛନ୍ତି । ଏହାର ଭିଡିଓ ଭାଇରାଲ ହୋଇଛି । ଭିଡଓରେ ଦେଖିବାକୁ ମିଳିଛି ଆତଙ୍କବାଦୀ ଜାଭେଦ ମାଟ୍ଟୁଙ୍କ ଭାଇ ରୟୀସ ତାଙ୍କ ଝରକା ପାଖରେ ତ୍ରିରଙ୍ଗା ଉଡାଉଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ କରିଛନ୍ତି । ସମସ୍ତେ ନିଜ ନିଜ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କର ଏହି ବାର୍ତ୍ତାକୁ ପାଳିଛନ୍ତି ଆତଙ୍କୀଙ୍କ ଭାଇ  ରୟୀସ ।  ଭିଡିଓରେ ଦେଖିବାକୁ ମିଳିଛି,  ରୟୀସ ବେଶ ଗର୍ବ ଓ ଖୁସିର ସହ ତ୍ରିରଙ୍ଗାକୁ ନିଜ ଘରର ବାଲକୋନୀ ଓ ଘର ବାହାରେ ଉଡ଼ାଉଛନ୍ତି। ରୟୀସ କହିଛନ୍ତି  ସେ ତାଙ୍କ ହୃଦୟରୁ ତ୍ରିରଙ୍ଗାକୁ ଉଡ଼ାଇଛି। ଏଥିପାଇଁ କାହାର ଚାପ ନଥିଲା।

ସେ ଆହୁରି କହିଛନ୍ତି, ଏବେ ଏଠାରେ ସ୍ଥିତି ବଦଳି ଯାଇଛି । ଏବେ ସ୍ୱାଧୀନତା ଦିବସ ପୂର୍ବରୁ ଓ ପରେ ଏହି ଅଞ୍ଚଳରେ ବସି ହେଉ ନ ଥିଲା । ହେଲେ ଏବେ ଆମେ ଦୋକାନ ଖୋଲି ପାରୁଛୁ ବୋଲି ସେ କହିଛନ୍ତି । ସେ ନିଜ ଭାଇଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ସେ ୨୦୦୯ରେ ଆତଙ୍କୀ ସଂଗଠନରେ ମିଶିଥିଲେ । ସେବେଠାରୁ ତାଙ୍କ ସହ କୌଣସି ସମ୍ପର୍କ ନାହିଁ । ସେ ତାଙ୍କ ଭାଇଙ୍କୁ ମୁଖ୍ୟସ୍ରୋତକୁ ଫେରି ଆସିବା ପାଇଁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.