Latest Odisha News

BREAKING NEWS

ଦଶହରା ପାଇଁ କଟକରେ ମୁତୟନ ରହିବେ ୩୦ ପ୍ଲାଟୁନ୍ ଫୋର୍ସ

କଟକ: ଏବର୍ଷ କରୋନା କଟକଣା ଭିତରେ ଦଶହରା ଅନୁଷ୍ଠିତ ହେଉଛି । କଟକ ସହରରେ ଦଶହରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ମୁତୟନ ରହିବେ ୩୦ ପ୍ଲାଟୁନ୍ ଫୋର୍ସ । ଶହେ ଜଣ ପୋଲିସ ଅଫସର ନିୟୋଜିତ ରହିବେ । ଏହି ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ ।

ଦଶହରା ପାଇଁ ସୁରକ୍ଷା ବଳୟରେ ରହିବ କଟକ ସହର । କୋଭିଡ୍ ନିୟମର ଯେଉଁଳି ଉଲ୍ଲଂଘନ ନହୁଏ ସେଥିପ୍ରତି ପୋଲିସ ବିଶେଷ ଗୁରୁତ୍ୱ ଦେବ । ଏବର୍ଷ ମଣ୍ଡପ ନିକଟରୁ ଭକ୍ତଙ୍କୁ ଯିବା ଉପରେ କଟକଣା ଜାରି କରାଯାଇଛି ।

ସେହିପରି ଭସାଣ ପାଇଁ ବି ବ୍ୟାପକ ବ୍ୟବସ୍ଥା କରିବ କମିଶନରେଟ ପୋଲିସ । ଏବର୍ଷ ଦେବୀଗଡାର ଗୋଟିଏ ସ୍ଥାନରେ ହେବ ନାହିଁ ଭସାଣି । ସହରର ୧୪ଟି ସ୍ଥାନରେ କୃତ୍ରିମ ପୋଖରୀରେ ମୂର୍ତ୍ତୀ ବିସର୍ଜନ କରାଯିବ ବୋଲି ଟକ ଡିସିପି ପ୍ରତୀକ ସିଂଙ୍କ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.