କଟକ: ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଇଁ ଉପରାଷ୍ଟ୍ରପତି ସି.ପି.ରାଧାକ୍ରିଷ୍ଣନ କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ତାଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ଯ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଆସିବେ। ତାଙ୍କ ଗସ୍ତକୁ ନଜରରେ ରଖି କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ବରରୁ କଟକ କାରକେଟ୍ ରିଅଲସେଲ୍ ଅନୁଷ୍ଠିତ ହୋଇଛି।
ଭିଭିଆଇପିଙ୍କ କଟକ ଗସ୍ତ ପାଇଁ ଭୁବନେଶ୍ବରରୁ କଟକ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଲଗାଯାଇଛି। ସୁରକ୍ଷା ବ୍ୟବସ୍ଥା ପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଏଥିସହିତ କଟକ ସହରର କିଛି ଅଂଚଳରେ ଟ୍ରାଫିକ ଅଧିକ କଡାକଡି କରାଯାଇଛି।
ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ଆସନ୍ତାକାଲି ସକାଳ ୭ଟାରୁ ଦିନ ୧ଟା ଯାଏ ସାଧାରଣ ଲୋକଙ୍କୁ ନେତାଜୀଙ୍କ ଜନ୍ମ ସ୍ଥାନ ଓ ସଂଗ୍ରହାଳୟ ବୁଲିବା ପାଇଁ ଅନୁମତି ନାହିଁ। ସେହିପରି ନେତାଜୀ ସ୍ମାରକୀକୁ ସକାଳ ୮ ଟାରୁ ଦିନ ୨ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପ୍ରବେଶ ପାଇଁ କଟକଣା ରହିଛି। ୧ଟା ପରଠାରୁ ଛାତ୍ରଛାତ୍ରୀ, ସାଧାରଣ ଲୋକ ଆସି ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଓ ଦିନ ୨ଟା ପରେ ନେତାଜୀ ସ୍ମାରକୀ ସ୍ଥଳ ବୁଲି ଦେଖିପାରିବେ।