ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ମୁରିବାହାଲ ଅଞ୍ଚଳରେ ଶନିବାର ଦିନ ମଧ୍ୟାହ୍ନ ଭୋଜନ ଖାଇ ଏକ ସରକାରୀ ବିଦ୍ୟାଳୟର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି।
ପ୍ରାଥମିକ ସୂଚନା ଅନୁଯାୟୀ, ଜିଲ୍ଲାର ମୁରିବାହାଲ ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ସରକାରୀ ପ୍ରୋଜେକ୍ଟ ୟୁପି ସ୍କୁଲର ୩୦ରୁ ଅଧିକ ଛାତ୍ରଛାତ୍ରୀ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇପଡିଥିଲେ। ଖାଦ୍ୟ ଖାଇବା ପରେ ବାନ୍ତି ଏବଂ ପେଟ ଯନ୍ତ୍ରଣା ହେଉଥିବା ନେଇ ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଥିଲେ।
ଅସୁସ୍ଥ ଛାତ୍ରଛାତ୍ରୀ ମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଟିଟିଲାଗଡର ସବ-ଡିଭିଜନାଲ ହସ୍ପିଟାଲକୁ ନିଆଯାଇଥିଲା। ତେବେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ଯବସ୍ଥା ସ୍ଥିର ରହିଥିବା ଜଣାପଡିଛି।
Comments are closed.