Latest Odisha News

BREAKING NEWS

ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩୦୦ କୋଟି ଟଙ୍କାର ପ୍ୟାକେଜ

ଭୁବନେଶ୍ୱର: ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ମାସ ବନ୍ୟାରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କ ନିମନ୍ତେ ଏହି ପ୍ୟାକେଜ ଘୋଷଣା ହୋଇଛି ।

ସରକାରଙ୍କ ଘୋଷଣା ଅନୁଯାୟୀ, ବନ୍ୟାରେ ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତିଗ୍ରସ୍ତ ହୋଇଥିଲେ ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬ ହଜାର ୮ଶହ ଟଙ୍କା ଓ ଜଳସେଚିତ ଜମି ପାଇଁ ୧୩ ହଜାର୫୦୦ ଟଙ୍କା ସହାୟତା ମିଳିବ । ରବିଋତୁରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ୨୦ ହଜାର ଡାଲି ବିହନ ମିନି କିଟ୍ ଯୋଗାଇ ଦିଆଯିବ । ଦୁଇ ହଜାର ଚାଷୀଙ୍କୁ ୫୦ ପ୍ରତିଶତ ସବସିଡିରେ ପାଣି ପମ୍ପ ଯୋଗାଇ ଦିଆଯିବ । ସେହିପରି ୫୦ ପ୍ରତିଶତ ସବସିଡିରେ ୫ ହଜାର ପାୱାର ସ୍ପ୍ରେ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.