Latest Odisha News

ଅଫତାବ ଶିବଦାସାନୀ କରୋନା ପଜିଟିଭ

ମୁମ୍ବାଇ: ବଲିଉଡ ଅଭନେତା ଅଫତାବ ଶିବଦାସାନୀ କରୋନା ପଜିଟିଭ ଥିବା ଜଣାପଡିଛନ୍ତି । ଅଫତାବ ସୋସିଆଲ ମିଡିଆରେ ଏ ସମ୍ପର୍କରେ ତାଙ୍କ ପ୍ରଶଂସକଙ୍କୁ ଜଣାଇଥିଲେ । ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ କରୋନା ଟେଷ୍ଟ କରାଇନେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ମୁଁ ଫିଟ ଅଛି ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ କ୍ୱାରେଂଟାଇନରେ କିଛି ଦିନ ରହିବି ।

କିଛି ଦିନ ହେବ ଶୁଖିଲା କାଶ ଓ ଜ୍ୱର ରହିଥିବାରୁ ମୁଁ ଟେଷ୍ଟ କରାଇଥିଲି । ଦୁର୍ଭାଗ୍ୟବଶତଃ ଏହା ପଜିଟିଭ ଆସିଛି । ତେବେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଆପଣମାନଙ୍କ ପାଖକୁ ଫେରିବି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.