Latest Odisha News

କେନ୍ଦ୍ରର ଅନୁମୋଦନକୁ ଅପେକ୍ଷା: ଅଟକିଛି ଜୟପୁରରୁ-ବୋରିଗୁମ୍ମା ଏଲଇଡି ଆଲୋକୀକରଣ ପ୍ରସ୍ତାବ

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାର ଲାଇଫଲାଇନ୍ ରାସ୍ତା ଜୟପୁର-ବୋରିଗୁମ୍ମା ଜାତୀୟ ରାଜପଥରେ ୩୦୦ରୁ ଊର୍ଦ୍ଧ୍ବ ସୋଲାର ଏଲଇଡି ଲାଇଟ୍ ଲଗାଇବାକୁ ଜୟପୁର ଏନଏଚ ଡିଭିଜନ ଯୋଜନା କରିଛି। ଏ ନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରଳାୟକୁ ପ୍ରସ୍ତାବ ଯାଇଛି ପ୍ରସ୍ତାବ। କିନ୍ତୁ  ଏଯାଏଁ କେନ୍ଦ୍ର ପକ୍ଷରୁ ଅନୁମୋଦନ ମିଳିନାହିଁ । ଫଳରେ ଏହା କାର୍ଯ୍ୟକାରୀ ହୋଇପାରିନଥିବା ସୂଚନା ମିଳିଛି ।

ଜୟପୁର-ବୋରିଗୁମ୍ମା ୨୨କିଲୋମିଟର ଜାତୀୟ ରାଜପଥ ସବୁଠାରୁ ବ୍ୟସ୍ତବହୁଳ ରାସ୍ତା ଭାବେ ପରିଚିତ। ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହ ଶହ ଗାଡି ମଟର ଯିବା ଆସିବା କରୁଛି  । ଅବିଭକ୍ତ କୋରାପୁଟ ଜିଲ୍ଲା‌, କଳାହାଣ୍ଡି ,  ବଳାଙ୍ଗୀର, ସମ୍ବଲପୁର, ରାଉରକେଲା, ଝାରସୁଗୁଡା ପର୍ଯ୍ୟନ୍ତ ବସ ଓ ଟ୍ରକ ବି ଚଳାଚଳ କରୁଛି। ସେହି ଅନୁପାତରେ ଛୋଟବଡ ଦୁର୍ଘଟଣା ବି ହେଉଛି। ତେଣୁ ଏହି ସୋଲାର ଏଲଇଡି ଲାଇଟ୍ ଲାଗିବା ଦ୍ବାରା ରାସ୍ତା ଆଲୋକିତ ହେବା ସହ ଛୋଟ ବଡ଼ ଦୁର୍ଘଟଣାକୁ ‌ରୋକିହେବ। ତେବେ ଏହି ପ୍ରସ୍ତାବ ଯାଇ ୪ ମାସ ବିତିଯାଇଥିଲେ ହେଁ ଏହାକୁ କେନ୍ଦ୍ର ସରକାର ଅନୁମୋଦନ କରି ନାହାନ୍ତି। ଏହି ପ୍ରସ୍ତାବ ପାରିତ ‌ ହେଲେ ଏହି ୨୨ କିଲୋମିଟର ରାସ୍ତାରେ ହେଉଥିବା ଦୁର୍ଘଟଣା ସହ ବିଭିନ୍ନ ରାହାଜାନୀ, ଲୁଟ ସହ ବିଭିନ୍ନ ଅପରାଧିକ ଗତିବିଧି ବି କମିଯିବାର ସମ୍ଭାବନା ରହିଥିବା କହିଛନ୍ତି ବୁଦ୍ଧିଜୀବୀ।

Comments are closed.