Latest Odisha News

ପୁଣି ୩ ଶହ କୁକୁରଙ୍କୁ ବିଷ ଇଞ୍ଜେକସନ୍ ଦେଇ ହତ୍ୟା

ହାଇଦ୍ରାବାଦ: ତେଲେଙ୍ଗାନାରେ ଆଉ ୩ ଶହ କୁକୁରଙ୍କୁ ବିଷ ଇଞ୍ଜେକସନ୍ ଦେଇ ହତ୍ୟା। ଜଗତିଆଲ ଜିଲ୍ଲାରେ ବଡ଼ ଗାତ ତଳୁ ମିଳିଲା ୩ ଶହ କୁକୁରଙ୍କ ମୃତଦେହ। ଗାଁ ସରପଞ୍ଚଙ୍କ ନିର୍ଦ୍ଦେଶରେ କୁକୁରଙ୍କୁ ମରାଯାଇଥିବା ଅଭିଯୋଗ ହୋଇଛି। ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ପାଇଁ ସରପଞ୍ଚଙ୍କ ନିର୍ଦ୍ଦେଶରେ କୁକୁର ମରାଯାଇଥିବା ସୂଚନା ରହିଛି। ଗାଁକୁ କୁକୁର ମୁକ୍ତ କରିବାକୁ ପଞ୍ଚାୟତ ନିର୍ବାଚନ ବେଳେ ପ୍ରତିଶ୍ରୁତି ଦିଆଯାଇଥିଲା।

ତେବେ ଏହି ଘଟଣାରେ ସରପଞ୍ଚ ଓ ପଞ୍ଚାୟତ ସଚିବଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ। ପୂରା ରାଜ୍ୟରେ ମାସକରେ ପ୍ରାୟ ୯ ଶହ କୁକୁରଙ୍କୁ ମରାଯାଇଥିବା ସୂଚନା ମିଳିଛି। ସୂଚନ ଥାଉକି ଗତ ୨୧ ତାରିଖ ଦିନ ହାଇଦ୍ରାବାଦରୁ ମାତ୍ର ୫୦ କିଲୋମିଟର ଦୂର ରେଙ୍ଗାରେଡ୍ଡି ଜିଲ୍ଲାରେ ୧୦୦ କୁକୁରଙ୍କୁ ବିଷ ଦିଆଯାଇ ସେମାନଙ୍କର ହତ୍ୟା କରାଯାଇଥିା। ପୂର୍ବରୁ ତେଲେଙ୍ଗାନାରେ ହିଁ ୫୦୦ କୁକୁରଙ୍କୁ ହତ୍ୟା କରାଯାଇଥିବା ଏକ ମାମଲା ରିପୋର୍ଟ ହୋଇଥିଲା।

ତେଲେଙ୍ଗାନା ପୁଲିସ ସନ୍ଦେହ କରୁଛି ଯେ କୁକୁରଗୁଡ଼ିକୁ ବୃତ୍ତିଗତ ବ୍ୟକ୍ତିମାନେ ହତ୍ୟା କରିଛନ୍ତି। ଗାଁର ସରପଞ୍ଚ ଏବଂ ତାଙ୍କ ସହଯୋଗୀଙ୍କ ନିର୍ଦ୍ଦେଶରେ ୧୦୦ କୁକୁରଙ୍କୁ ବିଷାକ୍ତ କରାଯାଇଥିଲା। ପୋଲିସ ସରପଞ୍ଚ ସମେତ ତିନି ଜଣଙ୍କୁ ଗିରଫ କରିଛି। ଏହି ଘଟଣା ପୁଣି ଥରେ ବୁଲା ପଶୁମାନଙ୍କ ସୁରକ୍ଷା ଏବଂ ଆଇନର କାର୍ଯ୍ୟକାରିତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।

Comments are closed.