Latest Odisha News

୨୪ ଘଣ୍ଟାରେ ଓଡ଼ିଶାରୁ ୩୦୨୫ ପଜିଟିଭ୍, ଗଜପତି ଓ ରାୟଗଡ଼ାରେ କମ୍ କେସ୍

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ବଢ଼ିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଚିହ୍ନଟ ହୋଇଛନ୍ତି ୩ ହଜାର ୨୫ ଜଣ ନୂଆ ଆକ୍ରାନ୍ତ । ଗତକାଲି ତିନି ହଜାରରୁ କମ୍ ପଜିଟିଭ୍ କେସ୍ ବାହାରିଥିଲା ।

ଗତ ୨୪ ଘଣ୍ଟାରେ ଚିହ୍ନଟ ଆକ୍ରାନ୍ତଙ୍କ ଭିତରୁ କ୍ୱାରେଣ୍ଟାଇନରୁ ୧ ହଜାର ୮୪୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧ ହଜାର ୧୮୧ । ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬ ହଜାର ୫୬୧କୁ ବୃଦ୍ଧି ପାଇଛି ।

୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୬, କଟକରୁ ୩୧୨, ମୟୂରଭଞ୍ଜ ୨୧୫, ଗଞ୍ଜାମରୁ ୨୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟରୁ ୧୩୯, ଢେଙ୍କାନାଳରୁ ୧୩୨ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ବାହାରିଛନ୍ତି ୧୨୮ ନୂଆ ପଜିଟିଭ୍ ।

ରାୟଗଡା, ଗଜପତି, କନ୍ଧମାଳ ଜିଲ୍ଲାରେ କମୁଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାୟଗଡ଼ାରୁ ୧୩, ଗଜପତିରୁ ୨୯ ଓ କନ୍ଧମାଳ ଜିଲ୍ଲାରୁ ୨୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.