Latest Odisha News

BREAKING NEWS

ହାତୀ ଦାନ୍ତ ଚୋରା ଚାଲାଣ: ୧୪ ଖଣ୍ଡ ହାତୀ ଦାନ୍ତ ଜବତ, ୩ ଗିରଫ

ଆନନ୍ଦପୁର(କେନ୍ଦୁଝର): ହାତୀ ଦାନ୍ତ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ । ଧରିଲା କେନ୍ଦୁଝର ଜିଲ୍ଲା ବନ ବିଭାଗ । ଆନନ୍ଦପୁର ଉପକଣ୍ଠରେ ଚଢ଼ାଉ ବେଳେ ସାମନାକୁ ଆସିଛି ସାଂଘାତିତ ସତ ।

ଚଢ଼ାଉ ହାତୀ ଦାନ୍ତ ରାକେଟର ୩ ମାଫିଆଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଜବତ ହୋଇଛି ୧୪ ଖଣ୍ଡ ହାତୀ ଦାନ୍ତ । ଚୋରା ଚାଲାଣରେ ବ୍ୟବହୃତ କାର ଭିତରୁ ଏସବୁ ହାତୀ ଦାନ୍ତ ଜବତ କରିଛି ବନ ବିଭାଗ ।

ଜବତ ହାତୀ ଦାନ୍ତର ଓଜନ ପାଖାପାଖି ୧୯ କିଲୋ ହେବ । ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ । ଗତକାଲି ରାତିରେ ବନ ବିଭାଗକୁ ବିଶେଷ ସୂତ୍ରକୁ ଖବର ମିଳିଥିଲା । ପ୍ରାକ୍ ସୂଚନା ଅନୁସାରେ ହରିଚନ୍ଦନପୁର ଥାନା ଅନ୍ତର୍ଗତ ବାୟାପିଟା ଗାଁରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା ।

ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ଖୋଳତାଡ ଜାରି ରଖିଛି ପୋଲିସ । ଗ୍ୟାଙ୍ଗର ଚେର କେଉଁ ଯାଏଁ ଲମ୍ବିଛି ? ଆଉ କେଉଁମାନେ ସଂପୃକତ ଅଛନ୍ତି ? ହାତୀ ଦାନ୍ତ କେଉଁଠିକୁ ଚାଲାଣ ହେଉଥିଲା ? ରାଜ୍ୟ ବାହାର ଲିଙ୍କ ରହିଛି କି ? ମାଷ୍ଟରମାଇଣ୍ଡ କିଏ ? ରାଜ୍ୟର ଆଉ କେଉଁ ସବୁ ସ୍ଥାନରେ ଗ୍ୟାଙ୍ଗ କାମ କରୁଛି ?

Leave A Reply

Your email address will not be published.